ଓଡିଶା

odisha

ETV Bharat / bharat

60 ପ୍ରତିଶତ ସଫଳତା ହାସଲ କରିବ କୋଭାକ୍ସିନ: ଭାରତ ବାୟୋଟେକ ଅଧ୍ୟକ୍ଷ - Covaxin 60 percent success

କୋଭାକ୍ସିନ ଟିକା 60 ପ୍ରତିଶତ ସଫଳତା ହାସଲ କରିବା ନେଇ ଆଶାବାଦୀ ରହିଛି ଭାରତ ବାୟୋଟେକ। ନଭେମ୍ବର ପହିଲାରୁ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛି ଭାରତ ବାୟୋଟେକ। ଅଧିକ ପଢ଼ନ୍ତୁ...

60 ପ୍ରତିଶତ ସଫଳତା ହାସଲ କରିବ କୋଭାକ୍ସିନ: ଭାରତ ବାୟୋଟେକ ଅଧ୍ୟକ୍ଷ
60 ପ୍ରତିଶତ ସଫଳତା ହାସଲ କରିବ କୋଭାକ୍ସିନ: ଭାରତ ବାୟୋଟେକ ଅଧ୍ୟକ୍ଷ

By

Published : Nov 22, 2020, 4:45 PM IST

ହାଇଦ୍ରାବାଦ: କୋରୋନା ଭାଇରସ ମୁକାବିଲା ପାଇଁ ଭାରତରେ କୋଭାକ୍ସିନ ଟିକା ବିକଶିତ ହେଉଛି। ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ପକ୍ଷରୁ ଏହି ଟିକା ବିକଶିତ ହେଉଛି। ଚଳିତ ମାସରେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଛି। ଦେଶରେ କୋଭାକ୍ସିନ ଟିକା 60 ପ୍ରତିଶତ ସଫଳତା ହାସଲ କରିବା ନେଇ ଆଶାବାଦୀ ରହିଛି ଭାରତ ବାୟୋଟେକ। ଭାରତ ବାୟୋଟେକ ଓ ଆଇସିଏମଆର(ICMR) ପକ୍ଷରୁ ମିଳିତ ଭାବରେ କୋଭାକ୍ସିନ ଟିକା ବିକଶିତ କରାଯାଉଛି।

ନଭେମ୍ବର ପହିଲାରୁ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛି ଭାରତ ବାୟୋଟେକ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 25ଟି କେନ୍ଦ୍ରରେ 26 ହଜାର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୋରୋନା ଟିକାକୁ ନେଇ ଏହା ସବୁଠାରୁ ବଡ଼ କ୍ଲିନିକାଲ ଟ୍ରାଏଲ ହେବାନେଇ ସୂଚନା ମିଳିଛି। ଏହାପୂର୍ବରୁ କୋରୋନା ଟିକାକୁ ନେଇ ଏତେ ଜଣଙ୍କୁ ନେଇ କ୍ଲିନିକାଲ ଟ୍ରାଏଲ ହୋଇନାହିଁ। ଅଧିକ ଲୋକଙ୍କ ଉପରେ କୋରୋନା ଟିକା ପରୀକ୍ଷଣ ଦ୍ବାରା କୋଭାକ୍ସିନର ପ୍ରଭାବ ଠିକ ଭାବରେ ଆକଳନ ହୋଇ ପାରିବ।। ଏହି କ୍ଲିନିକାଲ ଟ୍ରାଏଲ ଭାଗ ନେଉଥିବା ପ୍ରତିନିଧିଙ୍କ ଉପରେ ଗୋଟିଏ ବର୍ଷ ଯାଏଁ ନଜର ରଖାଯିବ। ଏହାଛଡ଼ା ଆଜି ଯାଏଁ କୋରୋନା ଭାଇରସ ପରୀକ୍ଷଣରେ ଭାଗ ନେଇଥିବା ପ୍ରତିନିଧିଙ୍କ ମଧ୍ୟରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇନଥିବା ସୂଚନା ଦେଇଛିଚ ଭାରତ ବାୟୋଟେକ।

କୋଭାକ୍ସିନ ଟିକା ପରୀକ୍ଷଣର ଦୁଇଟି ପର୍ଯ୍ୟାୟ ରହିଛି। ଜଣେ ପ୍ରତିନିଧିଙ୍କୁ 28 ଦିନ ବ୍ୟବଧାନରେ ଦୁଇଟି ଇଞ୍ଜେକ୍ସନ ଦିଆଯିବ। ଏହି ଇଞ୍ଜେକ୍ସନକୁ ଇଣ୍ଟ୍ରାମସ୍କୁଲାର(INTRAMOSCULAR) ଇଞ୍ଜେକ୍ସନ କୁହାଯାଏ। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହାଇଦ୍ରାବାଦ, ରୋହତକ, ଗୋଆ, ନାଗପୁର, ଭୁବନେଶ୍ବର ଓ ଅଲିଗଡ଼ରେ ଆରମ୍ଭ ହୋଇ ସାରିଛି। ଏଥିରେ ଆହୁରି କେତେକ ଜଣାଶୁଣା ସହରର ପ୍ରତିନିଧି ଭାଗ ନେବେ। ଏହାସହ କୋଭାକ୍ସିନ ଟିକାର ପ୍ରଭାବ ଜାଣିବା ପାଇଁ ଭାରତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସରଣ କରାଯିବ। 2021 ମାର୍ଚ୍ଚ ମାସ ସୁଦ୍ଧା ତୃତୀୟ ପର୍ଯ୍ୟାୟ ତଥ୍ୟ ପ୍ରକାଶ ହେବ। କୋଭାକ୍ସିନ ଟିକାର ମାନବ ପରୀକ୍ଷଣ କେବଳ ଭାରତରେ କରାଯାଉଛି।

ଏହାକୁ ନେଇ ଭାରତ ବାୟୋଟେକର ଅଧ୍ୟକ୍ଷ ସାଇ ଡି ପ୍ରସାଦ କହିଛନ୍ତି ଯେ, "କୋଭାକ୍ସିନ ଟିକା ଦେଶରେ ଅତିକମରେ 60 ପ୍ରତିଶତରୁ ଅଧିକ ସଫଳତା ହାସଲ କରିବ। ଏହାଠାରୁ ଅଧିକ ମଧ୍ୟ ହୋଇପାରେ, କିନ୍ତୁ 60 ପ୍ରତିଶତରୁ କମ ହେବ ନାହିଁ। କୌଣସି ଟିକା କିମ୍ବା ଔଷଧ 50 ପ୍ରତିଶତ ପ୍ରଭାବିତ ହେଉଥିଲା ଏହାକୁ ବଜାରକୁ ଛାଡ଼ିବାକୁ ଅନୁମତି ଦେଇଥାଏ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ବୋର୍ଡ| କୋଭାକ୍ସିନ ଟିକା 60 ପ୍ରତିଶତ ପ୍ରଭାବ ପକାଇ ପାରିଲେ ଆମ ପାଇଁ ଏକ ବଡ଼ ସଫଳତା ହେବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details