ନୂଆଦିଲ୍ଲୀ: କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ସଫଳ ଟ୍ରାଏଲ ପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ହାଇଦ୍ରାବାଦର ଭାରତ ବାୟୋଟେକକୁ ମିଳିଥିଲା ମଞ୍ଜୁରୀ । ତେବେ କ୍ଲିନିକାଲ ପରୀକ୍ଷଣ କରାଯାଇ ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ (DCGI) ଏକ ତଥ୍ୟ ଦାଖଲ କରିଛି ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ ।
କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ତଥ୍ୟ ଗ୍ରହଣ କରିଛୁ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଭାରତରେ ବ୍ୟବହୃତ ହୋଇଥିବା 3ଟି ଟିକା ମଧ୍ୟରୁ ଭାରତ ବାୟୋଟେକର କୋଭାକ୍ସିନ୍ ଅନ୍ୟତମ ।