ନୂଆଦିଲ୍ଲୀ:ଜନ୍ମ ହେବାକୁ ଥିବା ଛୁଆର ନାମ ଅପରେସନ୍ ଗଙ୍ଗା ରଖିଲେ ବାପା -ମାଆ । ତେବେ କେରଳ ଦମ୍ପତ୍ତି ଏହି ଯୁଦ୍ଧ ସମୟରେ କିଭରେ ଫସି ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇଛି ।
ସେହିପରି ୟୁକ୍ରେନର ଯୁଦ୍ଧ ଭୂମିରୁ ଉଦ୍ଧାର ହୋଇଥିବା ହେବାକୁ ଛୁଆର ବାପା ଅଭିଜିତ୍ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଯୁ୍ଦ୍ଧ ଭୂମିରୁ ଆମକୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିବାରୁ ଆମେ ଛୁଆର ନାମ ଅପରେସନ୍ ଗଙ୍ଗା ରଖିବୁ ବୋଲି ସ୍ଥିର କରିଛୁ ବୋଲି ଅଭିଜିତ କହିଛନ୍ତି । ଏବେ ଆମେ ପୋଲାଣ୍ଡରେ ଆସି ଅଛୁ ।
ସେହଭଳି ଉଦ୍ଧାର ହୋଇଥିବା ଅଭିଜିତ୍ ନିଜର ଖୁସି ଜାହିରି କରି କହିଛନ୍ତି ଯେ, ମୋ ସ୍ତ୍ରୀ ଏବେ ୯ ମାସର ଗର୍ଭବତୀ ଥିବା ବେଳେ ଆମକୁ ସରକାରଙ୍କୁ ପକ୍ଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଆସନ୍ତା ୨୬ ତାରିଖରେ ମୋ ସ୍ତ୍ରୀ ସନ୍ତାନ ପ୍ରସବ କରିବେ । ଆମକୁ ଅପରେସନ ଗଙ୍ଗା ଦ୍ବାର ଆମକୁ ଉଦ୍ଧାର କରାଯାଇ ଥିବା କାରଣରୁ ଆମେ ଛୁଆର ନାମ ଅପରେସନ୍ ଗଙ୍ଗା ରଖିବୁ ।