ଓଡିଶା

odisha

ETV Bharat / bharat

ଦେଶର 18 ରାଜ୍ୟରୁ ମିଳିଲା କୋରୋନା ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ - କୋରୋନା ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ

କୋରୋନା ଭାଇରସର ଭୟଙ୍କର ରୂପକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଦେଶର 18 ରାଜ୍ୟରୁ ମିଳିଛି କୋରୋନା ଭାଇରସର ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ । ଅଧିକ ପଢନ୍ତୁ...

ଦେଶର 18 ରାଜ୍ୟରୁ ମିଳିଲା କୋରୋନା ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ
ଦେଶର 18 ରାଜ୍ୟରୁ ମିଳିଲା କୋରୋନା ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ

By

Published : Mar 24, 2021, 4:30 PM IST

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଏହାରି ମଧ୍ୟରେ କୋରୋନା ଭାଇରସର ଭୟଙ୍କର ରୂପକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଦେଶର 18 ରାଜ୍ୟରୁ ମିଳିଛି କୋରୋନା ଭାଇରସର ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କୋରୋନାର ନୂଆ ଭ୍ୟାରିଏଣ୍ଟ ପୁରୁଣା ମାମଲାରେ ଅନେକ ଗୁଣ ବିପଦଜନକ । ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ମୋଟ 10, 787 ପଜିଟିଭ ମାମଲାରେ ବର୍ତ୍ତମାନସୁଦ୍ଧା ମୋଟ 771 କୋଭିଡ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଏଥିରେ ୟୁକେ(ବି.1.1.7) ଭାଇରସର ମୋଟ 736 ନମୁନା ସାମିଲ ରହିଛି । ଦକ୍ଷିଣ ଆଫ୍ରିକୀୟ(B.1.351)ର ଭାଇରସ ପାଇଁ 34 ନମୁନା ପଜିଟିଭ ମିଳିଛି । ସେହିପରି ଗୋଟିଏ ନମୁନା ବ୍ରାଜିଲ(P.1) ଭ୍ୟାରିଏଣ୍ଟର ଚିହ୍ନଟ ହୋଇଛି । ଦେଶର 18 ରାଜ୍ୟରେ ଏହି VOCs ନମୁନା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଜଣେ ବ୍ୟକ୍ତି ଡବଲ୍ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ଦ୍ବାରା କରୋନା ଭାଇରସର ଦୁଇଟି ଭିନ୍ନ ପ୍ରକାର ସଂକ୍ରମିତ ହୋଇଥାନ୍ତି । ସରଳ ଶବ୍ଦରେ ଏହାକୁ କରୋନାର ଦୁଇଗୁଣ ସଂକ୍ରମଣ କୁହାଯାଇପାରେ । ବିଶ୍ୱରେ ପ୍ରଥମ ଏଭଳି ମାମଲା ବ୍ରାଜିଲରେ ଆସିଥିଲା। ବ୍ରାଜିଲରେ ଦୁଇଜଣ ରୋଗୀ ଏକାସାଙ୍ଗରେ ଦୁଇଟି ଭିନ୍ନ ଭିନ୍ନ ପ୍ରକାରରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details