ଓଡିଶା

odisha

ETV Bharat / bharat

କୋରୋନାର କରୁଣ ଚିତ୍ର: ମିଳିଲାନି ବେଡ୍‌, ଅକ୍ସିଜେନ ସିଲିଣ୍ଡର ଧରି ବାହାରେ ବସିଲେ ରୋଗୀ

କୋରୋନାର କରୁଣ ଚିତ୍ର । କୋରୋନା ରୋଗୀଙ୍କୁ ହସ୍ପିଟାଲରେ ବେଡ ନମିଳିବାରୁ ଶେଷରେ ବାଧ୍ୟ ହୋଇ ମୁହଁରେ ଅକ୍ସିଜେନ ଲଗାଇ ଦୀର୍ଘ 3 ଘଣ୍ଟା ବାହାରେ ବସିଲେ କୋରୋନା ଆକ୍ରାନ୍ତ ।

କରୋନାର କରୁଣ ଚିତ୍ର: ହସ୍ପିଟାଲରେ ବେଡ ନମିଳିବାରୁ ମୁହଁରେ ଅକ୍ସିଜେନ ଲଗାଇ 3 ଘଣ୍ଟା ବାହାରେ ବସିଲେ କରୋନା ରୋଗୀ
କରୋନାର କରୁଣ ଚିତ୍ର: ହସ୍ପିଟାଲରେ ବେଡ ନମିଳିବାରୁ ମୁହଁରେ ଅକ୍ସିଜେନ ଲଗାଇ 3 ଘଣ୍ଟା ବାହାରେ ବସିଲେ କରୋନା ରୋଗୀ

By

Published : Apr 16, 2021, 7:33 AM IST

ରାୟପୁର: ମହାମାରୀ କୋରୋନା । ଏହା କେତେ ଯେ ଭୟଙ୍କର ତାହା ଏ ଚିତ୍ର ହିଁ ଦର୍ଶାଉଛି । ହସ୍ପିଟାଲରେ କୋରୋନା ରୋଗୀଙ୍କୁ ବେଡ ନମିଳିବାରୁ ଶେଷରେ ଜଣେ କୋରୋନା ଆକ୍ରାନ୍ତ ଦିର୍ଘ 3 ଘଣ୍ଟା ଧରି ମୁହଁରେ ଅକ୍ସିଜେନ ଲଗାଇ ବାହାରେ ବସିଥିବା ଦେଖିବାକୁ ମିଳିଛି ।

କରୋନାର କରୁଣ ଚିତ୍ର: ହସ୍ପିଟାଲରେ ବେଡ ନମିଳିବାରୁ ମୁହଁରେ ଅକ୍ସିଜେନ ଲଗାଇ 3 ଘଣ୍ଟା ବାହାରେ ବସିଲେ କରୋନା ରୋଗୀ

ଆଉ ଏହି ଚିତ୍ର ହିଁ ମେଡିକାଲର ଅବ୍ୟବସ୍ଥା ବୟାନ କରୁଛି ଓ କୋରୋନାର ଭୟାବହତାକୁ ଦର୍ଶାଉଛି । ଏ ଦୃଶ୍ୟ ହେଉଛି ଛତିଶଗଡ ମହାସମୁଣ୍ଡା ଜିଲ୍ଲା ଡାକ୍ତରଖାନାର । ଡାକ୍ତରଖାନାରେ କୋଭିଡ-19 ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ଫେଲ ମାରିଥିବା ଜଣାପଡିଛି ।

ନିକଟରେ ପୂର୍ବରୁ ସଂସଦୀୟ ସଚିବ ଡାକ୍ତରଖାନା ପରିଦର୍ଶନ କରିଥିଲେ କିନ୍ତୁ ଏହାର ଠିକ୍ ଦୁଇଦିନ ପରେ ହସ୍ପିଟାଲର ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଭୟବିତ କରିଛି । ବ୍ୟକ୍ତି ଜଣଙ୍କ କିଛି ଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଆଉ ଏହା ହେଉଛି ତାପରର ଦୃଶ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details