ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଲଗାତାର 25 ଦିନ ଧରି 50 ହଜାରରୁ ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 35 ହଜାର 551 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁଥିରେ 526 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଦ୍ୟତମ ରିପୋର୍ଟକୁ ମିଶାଇ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 95 ଲକ୍ଷ 34 ହଜାର 965 ଏବଂ ମୃତ୍ୟୁ ସଂଖ୍ୟା 1 ଲକ୍ଷ 38 ହଜାର 648କୁ ଛୁଇଁଛି ।
ଦେଶରେ କମୁଛି ସଂକ୍ରମଣ: ଦିନକରେ 35551 ଆକ୍ରାନ୍ତ ଚିହ୍ନଟ, 526 ମୃତ - କୋରୋନା ଅପଡେଟ
ଦେଶରେ ଲଗାତାର 25 ଦିନ ଧରି 50 ହଜାରରୁ ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 35 ହଜାର 551 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁଥିରେ 526 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ଦେଶରେ କମୁଛି ସଂକ୍ରମଣ: ଦିନକରେ 35,551 ଆକ୍ରାନ୍ତ ଚିହ୍ନଟ, 526 ମୃତ
ତେବେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 40,726 କୁ ମିଶାଇ ସର୍ବମୋଟ 89 ଲକ୍ଷ 73 ହଜାର 373 ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 22 ହଜାର 943 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
@ ANI