ଓଡିଶା

odisha

ETV Bharat / bharat

ବ୍ରିଟେନରେ ଭାଇରସର ନୂତନ ଷ୍ଟ୍ରେନ, ବିମାନ ରଦ୍ଦ କଲା ଭାରତ - international flights

ବ୍ରିଟେନରେ କୋରୋନା ନୂଆ ଷ୍ଟ୍ରେନର ଆଗମନ ଏକ ଆଲୋଡନ ସୃଷ୍ଟି କରିଛି । ଏହି କାରଣରୁ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯାତାୟତ ବନ୍ଦ କରିଦେଇଛନ୍ତି ।

ବ୍ରିଟେନରେ ଭାଇରସର ନୂତନ ଷ୍ଟ୍ରେନ
ବ୍ରିଟେନରେ ଭାଇରସର ନୂତନ ଷ୍ଟ୍ରେନ

By

Published : Dec 21, 2020, 5:16 PM IST

ନୂଆଦିଲ୍ଲୀ: ବ୍ରିଟେନରେ କୋରୋନା ନୂଆ ଷ୍ଟ୍ରେନର ଆଗମନ ଏକ ଆଲୋଡନ ସୃଷ୍ଟି କରିଛି । ଏହି କାରଣରୁ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯାତାୟତ ବନ୍ଦ କରିଦେଇଛନ୍ତି । ଏହି ପର୍ଯ୍ୟାୟରେ ଭାରତ ସରକାର ମଧ୍ୟ ବ୍ରିଟେନରୁ ଡିସେମ୍ବର 31 ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିମାନ ଉପରେ ପ୍ରତିବନ୍ଧକ ଆଜି(ସୋମବାର) ରାତି 12ଟାରୁ ଆରମ୍ଭ ହେବ । ଏହାପୂର୍ବରୁ ବିମାନର ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

ଭାରତ ସରକାରଙ୍କ ତରଫରୁ ଟ୍ବିଟ କରି କୁହାଯାଇଛି ଯେ ବ୍ରିଟେନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର 31 ଡିସେମ୍ବର 2020 ପର୍ଯ୍ୟନ୍ତ ବ୍ରିଟେନରୁ ଭାରତକୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନରେ କୋରୋନାର ନୂତନ ଷ୍ଟ୍ରେନ୍ VUI-202012/01 ସାମ୍ନାକୁ ଆସିଛି । ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ ସମେତ ୟୁରୋପର ଅନେକ ଦେଶ ବ୍ରିଟେନ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କୋରୋନାର ଏହି ନୂତନ ଷ୍ଟ୍ରେନ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅଧ୍ୟୟନ କରାଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ବର୍ତ୍ତମାନଠାରୁ ଏହାକୁ ନେଇ ଆତଙ୍କ ସୃଷ୍ଟି କରିବା ଉଚିତ ନୁହେଁ।

ABOUT THE AUTHOR

...view details