ମୁମ୍ବାଇ: ପୁଣି କୋରୋନା ହବ୍ ପାଲଟିଲାଣି ମହାରାଷ୍ଟ୍ର। ପ୍ରତିଦିନ ବାହାରୁଛି ରେକର୍ଡ ସଂଖ୍ୟକ ସଂକ୍ରମଣ। ତେବେ 24 ଘଣ୍ଟାରେ ରାଜ୍ୟରୁ 49 ହଜାର 447 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ଲକ୍ଷ 53 ହଜାର 523କୁ ବୃଦ୍ଧି ପାଇଛି। ତେବେ 24 ଘଣ୍ଟାରେ 277ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ସଂଖ୍ୟା 55 ହଜାର 556ରେ ପହଁଞ୍ଚିଛି।
ମହାରାଷ୍ଟ୍ରରେ ବଢୁଛି ସଂକ୍ରମଣ, ଦିନକରେ 49 ହଜାର 447 ପଜିଟିଭି ଚିହ୍ନଟ - corona positive
ପୁଣି ଚିନ୍ତା ବଢାଇଲାଣି ମହାରାଷ୍ଟ୍ର କୋରୋନା। 24 ଘଣ୍ଟାରେ ରାଜ୍ୟରୁ 49 ହଜାର 447 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...
ପୁଣି କୋରୋନା ହବ ପାଲଟିଛି ମହାରାଷ୍ଟ୍ର
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ମୁମ୍ବାଇ ସହରରେ କରୋନାର ୯ ହଜାର ୧୦୮ ଜଣ ପଜିଟିଭ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ୧ ଲକ୍ଷ ୮୪ ହଜାର ୪୦୪ କୋରୋନା ଟେଷ୍ଟ ସହିତ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ହୋଇଥିବା ମୋଟ ଟେଷ୍ଟ ସଂଖ୍ୟା ୨ କୋଟି ୩ ଲକ୍ଷ ୪୩ ହଜାର ୧୨୩ରେ ପହଁଞ୍ଚିଛି ।
ରାଜ୍ୟରେ କରୋନାରୁ ସୁସ୍ଥ ହାର ହେଉଛି ୮୪.୪୯ ପ୍ରତିଶତ । ମୃତ୍ୟୁ ହାର ୧.୯୯ ପ୍ରତିଶତ । ମହାରାଷ୍ଟ୍ରରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ବଢ଼ି ୨୪ ଲକ୍ଷ ୯୫ ହଜାର ୩୧୫କୁ ବୃଦ୍ଧି ପାଇଛି ।