ଓଡିଶା

odisha

By

Published : Jun 3, 2023, 5:14 PM IST

ETV Bharat / bharat

Coromandel Accident: ସେହି ଶୁକ୍ରବାର ରାତି...ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ, ଲିଭିଗଲା ଅନେକ ଜୀବନ ଦୀପ

14 ବର୍ଷ ପରେ ପୁଣି ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଏଥର ଦେଶକୁ ସ୍ତବ୍ଦ କରିଦଲା ମୃତ୍ୟୁସଂଖ୍ୟା । ଦେଶ ଓ ବିଦେଶରୁ ଶୋକ । ଅଧିକ ପଢନ୍ତୁ

Coromandel Accident: 14 ବର୍ଷ ପରେ, ସେହି ଶୁକ୍ରବାର, ପୁଣି ସେହି କରମଣ୍ଡଳ
Coromandel Accident: 14 ବର୍ଷ ପରେ, ସେହି ଶୁକ୍ରବାର, ପୁଣି ସେହି କରମଣ୍ଡଳ

ହାଇଦ୍ରାବାଦ:ବାଲେଶ୍ବର ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଛି 3 ଟ୍ରେନ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଉଦ୍ଧାର ଅପରେସନ କିଛି ସମୟ ପୂର୍ବରୁ ଶେଷ ହୋଇଛି । ଏଥିରେ ଏବେ ସୁଦ୍ଧାମୃତ୍ୟୁ ସଂଖ୍ୟା 261 ରେ ପହଞ୍ଚିଲାଣି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ହାଓ୍ବଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସକୁ ନେଇ ଏବେ ଚର୍ଚ୍ଚା । କାରଣ ଓଡିଶାରେ ଏହି ଟ୍ରେନ ଦୁର୍ଘଟଣାର ଶିକାର ହେବା ପ୍ରଥମ ଘଟଣା ନୁହେଁ । ଆଜିକୁ ଠିକ 14 ବର୍ଷ ତଳେ ଏହି ଶୁକ୍ରବାର ରାତିରେ ଓଡିଶା ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଏହି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । 2009 ମସିହା ଫେବୃଆରୀ 13 ତାରିଖ ରାତିରେ ଯାଜପୁର ଜିଲ୍ଲାରେ ଲାଇନଚ୍ୟୁତ ହୋଇଥିଲା ଏହି ସୁପରଫାଷ୍ଟ ଟ୍ରେନ । ପୁଣି ଥରେ ସେହି ଶୁକ୍ରବାର ରାତିରେ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ହେଲେ ଏଥର ମୃତ୍ୟୁସଂଖ୍ୟା ସବୁ ସୀମା ପାର କରିଯାଇଛି । ଏବେ ସୁଦ୍ଧା ପ୍ରାୟ 261 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

2009 ଫେବୃଆରୀ 13 :-

ସଂଧ୍ୟା ପ୍ରାୟ ସାଢେ 7 ଟା । ହାଓ୍ବଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ଷ୍ଟେସନ ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଏହି ହାଇସ୍ପିଡ ଟ୍ରେନର ମୋଟ 13ବଗି ଲାଇନଚ୍ୟୁତ ହୋଇଥିଲା । ଏହି ପଦଚ୍ଯୁତ ହୋଇଥିବା ବଗିରେ 11 ସ୍ଲିପର ବଗି ଓ 2 ଟି ସାଧାରଣ ବଗି ରହିଥିଲା । ମୋଟ 16 ଜଣ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ରାଜ୍ୟ ପୋଲିସ, ଅଗ୍ନିଶମ ଟିମ ଓ ଏସଡିଆରଫ ଟିମ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ । ହେଲେ ଘଟଣାସ୍ଥଳରେ ଓ ଚିକିତ୍ସାଧୀନ ଅବସ୍ଥାରେ ମୋଟ 16 ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । 800 ଯାତ୍ରୀ ଆହତ ହୋଇଥିଲେ ।

2 ଜୁନ 2023:-

ଠିକ ପୂର୍ବ ଦୁର୍ଘଟଣାର 14 ବର୍ଷ ପରେ ସେହି ଶୁକ୍ରବାର ରାତିର ପୁଣି ଦୁର୍ଘଟଣାର ଶିକାର ହୋଇଛି ଏହି କରମଣ୍ଡଳ ଏକ୍ସପ୍ରେସ । ହେଲେ ଏଥିରେ ମୃତ୍ୟୁସଂଖ୍ୟା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । ସମୟ ଗତକାଲି ସଂଧ୍ୟା ପ୍ରାୟ 7 ଟା । ବାଲେଶ୍ବର ଜିଲ୍ଲାର ବାହାନଗା ଷ୍ଟେସନର ମାତ୍ର କିଛି ଦୂରରେ କରମଣ୍ଡଳ ଏକ୍ସପ୍ରେସ, ହାଓ୍ବଡା-ଯଶୋବନ୍ତପୁର ସୁରପଫାଷ୍ଟ ଏକ୍ସପ୍ରେସ ଓ ଏକ ମାଲଗାଡି ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ମୋଟ 261 ଜଣଙ୍କ ପ୍ରାଣହାନୀ ହେବା ସହ ପ୍ରାୟ 1 ହଜାର ଲୋକ ଆହତ ହୋଇଛନ୍ତି । ବାଲେଶ୍ବର, କଟକ ଓ ଭଦ୍ରକର ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେ ପୂର୍ବାହ୍ନରେ ଏକ ସମୀକ୍ଷା ବୈଠକ କରିବା ପରେ ଦୁର୍ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details