ବେଙ୍ଗାଲୁରୁ:ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ନାମରେ ନାମିତ ହେଲା ଗ୍ରାମ୍ୟ ରାସ୍ତା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଦୁପି ଜିଲ୍ଲା ଅନ୍ତର୍ଗତ କାରକାଲା ତାଲୁକ ଅଞ୍ଚଳରେ ।
ରାସ୍ତାଟିକୁ ଗୋଡସେଙ୍କ ନାମରେ ନାମିତ କରି ଏକ ନାମ ଫଳକ ଲଗାଯିବା ପରେ ଘଟଣାଟି ଗତକାଲି (ସୋମବାର) ଲୋକଲୋଚନକୁ ଆସିଥିଲା । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ପରେ ନାମ ଫଳକକୁ ହଟାଯାଇଥିବା ସୂଚନା ମିଳିଛି । କାରକାଲା ତାଲୁକ ଅଞ୍ଚଳର ବୋଲା ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତାରେ କନ୍ନଡ ଭାଷାରେ ନାଥୁରାମ ଗୋଡସେ ସଡକ (Padugiri Nathuram Godse Road) ନାମକ ଏକ ନାମ ଫଳକ ଲଗାଯାଇଥିଲା ।