ଓଡିଶା

odisha

ETV Bharat / bharat

ଜାନୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାମ - ଜାନୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାମ

ଆସନ୍ତା ମାସରେ ଆରମ୍ଭ ହେବ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ସେନେଇ ଚାଲିଛି ସମସ୍ତ ପ୍ରସ୍ତୁତି। ଅଧିକ ପଢନ୍ତୁ...

ଜାନୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାମ
ଜାନୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାମ

By

Published : Dec 24, 2020, 4:18 PM IST

ଲକ୍ଷ୍ନୌ: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ଜାନୁଆରୀ 2021ରୁ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ। ସେ କହିଛନ୍ତି ଯେ, ସରୟୁ ନଦୀର ପ୍ରବାହରେ ଯେପରି ମନ୍ଦିରର ମୂଳଦୂଆ ଉପରେ କୌଣସି ପ୍ରଭାବ ନ ପଡେ, ସେନେଇ ମାଟି ତଳେ କାନ୍ଥ ନିର୍ମାଣ କରାଯିବ। ଏନେଇ ବିଭିନ୍ନ ଇଞ୍ଜିନିୟର ଓ ଇନଷ୍ଟିଚ୍ୟୁଟ ଏହାର ପ୍ରସ୍ତୁତ ଆରମ୍ଭ କରିଛନ୍ତି ।

ନିକଟରେ ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ଖନନ ସମୟରେ ବହୁ ପରିମାଣର ବାଲି ମିଳିଥିଲା, ଯେଉଁଥିପାଇଁ ମନ୍ଦିର କାନ୍ଥ ଓ ସ୍ତମ୍ଭ ଧସିବାର ସମ୍ଭାବନା ଥିଲା। ନଦୀର କୂଳ ଓ ଭବିଷ୍ୟତରେ ହଜାର ହଜାର ବର୍ଷ ଧରି ମନ୍ଦିରର ଭିତ୍ତିପ୍ରସ୍ତର ଯେପରି ମଜଭୁତ ରହିବ ସେନେଇ ନିର୍ମାଣର ସ୍ବରୂପରେ ପରିବର୍ତ୍ତନ କରାଯାଇଛି। ଭିତ୍ତିପ୍ରସ୍ତର ନିର୍ମାଣ ପୂର୍ବରୁ, ଭିତ୍ତିଭୂମି ସହିତ ଏକ ଅତି ମୋଟା କଂକ୍ରିଟ କାନ୍ଥ ନିର୍ମାଣ ହେବ ଯାହାଦ୍ବାରା ଭବିଷ୍ୟତରେ ହଜାର ହଜାର ବର୍ଷ ଧରି ମନ୍ଦିରର ଭିତ୍ତିପ୍ରସ୍ତର ଓ କାନ୍ଥ କ୍ଷତି ହେବ ନାହିଁ ।

ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କାର୍ଯ୍ୟ ଆସନ୍ତା ଜାନୁୟାରୀ 15ରୁ ଆରମ୍ଭ ହେବ। ବିଶିଷ୍ଟ ସାଧୁ ତଥା ସନ୍ଥମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାମ ଜନ୍ମଭୂମି ପରିସରରେ ଚାଲିଥିବା ମନ୍ଦିର ନିର୍ମାଣ ସମ୍ପର୍କରେ ସମସ୍ତ ସାଧୁ ତଥା ଅନ୍ୟ ଟ୍ରଷ୍ଟିମାନଙ୍କୁ ସୂଚନା ଦିଆଯାଇଥିଲା। ସମସ୍ତ ସାଧୁ ଓ ମହାନ ବିଶେଷଜ୍ଞ ମାନେ ମକର ସଂକ୍ରାନ୍ତିରୁ ରାମ ଜନ୍ମଭୂମି ଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନସାଧାରଣଙ୍କ ସହଯୋଗ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।

ମନ୍ଦିର ନିର୍ମାଣ ପାଇଁ ଅର୍ଥର ଆବଶ୍ୟକତା ଉପରେ ଜନ ଜାଗରଣ ଅଭିଯାନ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ମକର ସଂକ୍ରାନ୍ତି ଠାରୁ ପରିଚାଳିତ ହେବ । ଏଥିରେ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କଠାରୁ ସହଯୋଗ ଲୋଡାଯିବ । ଏହାର ରୂପରେଖ ଏବଂ ମାର୍ଗଦର୍ଶନ ପାଇଁ ସାଧୁମାନଙ୍କଠାରୁ ପରାମର୍ଶ ନିଆଯାଇଛି । ଏଥିପାଇଁ ବିଶ୍ବ ହିନ୍ଦୁ ପରିଷଦର 4 ଲକ୍ଷ କର୍ମଚାରୀ 11 କୋଟି ପରିବାରରୁ ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ସହଯୋଗ ଲୋଡିବେ। ଶ୍ରୀ ରାମ ତୀର୍ଥ ଟ୍ରଷ୍ଟ ପକ୍ଷରୁ କୁପନ ପ୍ରଦାନ କରାଯିବ। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ଜାରି ହୋଇଥିବା କୁପନଗୁଡିକ 10 ଟଙ୍କା 100 ଟଙ୍କା ଏବଂ 1000 ଟଙ୍କା ହେବ ।

ABOUT THE AUTHOR

...view details