ଓଡିଶା

odisha

ETV Bharat / bharat

ଆଜି ବସିବ CWCର ଗୁରୁତ୍ବପୂର୍ଣ୍ଣ ବୈଠକ: ଫୋକସରେ ଜାତୀୟ ସମସ୍ୟା, ଆଗାମୀ ନିର୍ବାଚନ - କଂଗ୍ରେସ ୱାର୍କିଂ କମିଟି ବୈଠକ

ଆଜି ବସିବ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି) ବୈଠକରେ । ଫୋକସରେ ରହିବ ଲଖିମପୁର ଖେରୀ ହିଂସା, ଆଗାମୀ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ...

congress-working-committee-meet-today-over-upcoming-polls-lakhimpur-violence
ଆଜି ବସିବ CWCର ଗୁରୁତ୍ବପୂର୍ଣ୍ଣ ବୈଠକ: ଫୋକସରେ ଜାତୀୟ ସମସ୍ୟା, ଆଗାମୀ ନିର୍ବାଚନ

By

Published : Oct 16, 2021, 10:06 AM IST

ନୂଆଦିଲ୍ଲୀ: ଆଜି(ଶନିବାର) ବସିବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବୈଠକ । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଦଳୀୟ କର୍ମୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ବୈଠକ ବସିବ ।

ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଡବ୍ଲ୍ୟୁସି ସଦସ୍ୟ, ସ୍ଥାୟୀ ନିମନ୍ତ୍ରଣକାରୀ ଏବଂ କମିଟିର ସ୍ୱତନ୍ତ୍ର ନିମନ୍ତ୍ରଣକାରୀ ଯୋଗଦେବେ । ଆସନ୍ତା ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ସାଂଗଠନିକ ନିର୍ବାଚନ, ବର୍ତ୍ତମାନର ରାଜନୈତିକ ସ୍ଥିତି, ଦର ବୃଦ୍ଧି, କୃଷକ ଆନ୍ଦୋଳନ, ଲଖିମପୁର ଖେରୀ ହିଂସାକାଣ୍ଡ ଏବଂ ଦେଶର ଆର୍ଥିକ ସ୍ଥିତି ଏଜେଣ୍ଡା ଉପରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ରହିବ ।

କୋଭିଡ କଟକଣା ପରେ ଏହା ହେଉଛି କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟିର ପ୍ରଥମ ବୈଠକ, ଯେଉଁଥିରେ ସମସ୍ତ ସଦସ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ଦଳର କେତେକ ମହଲରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାରମ୍ବାର ଦାବି ପରେ ଏହି ବୈଠକ ଡକାଯାଇଛି ।

ବିଶେଷ କରି ଦଳର ସଭାପତିଙ୍କ ଅନୁପସ୍ଥିତିରେ କିଏ ପାର୍ଟିର ନିଷ୍ପତ୍ତି ନେଉଛନ୍ତି ସେନେଇ ସ୍ପଷ୍ଟ କରିବା ପାଇଁ ଜି -23 ନେତାମାନେ ଗତ ମାସରେ କପିଲ ସିବଲଙ୍କ ସହ CWC ବୈଠକ ଡାକିବା ପାଇଁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details