ଓଡିଶା

odisha

ETV Bharat / bharat

Agnipath protest: ଆଜି ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ କରିବ କଂଗ୍ରେସ - ଅଗ୍ନିପଥ ଯୋଜନା ବିକ୍ଷୋଭ

ଅଗ୍ନିପଥ ଯୋଜନା ବିରୋଧରେ ତେଜୁଛି ବିବାଦ । ତୀବ୍ର ହେଉଛି ଆନ୍ଦୋଳନ । ଆଜି (ସୋମବାର) ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଯୁବ ବିରୋଧୀ ଅଗ୍ନିପଥ ଯୋଜନା ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି ସରକାରଙ୍କ ପ୍ରତିଶୋଧ ରାଜନୀତି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଅଧିକ ପଢନ୍ତୁ

ଆଜି ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ କରିବ କଂଗ୍ରେସ
ଆଜି ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ କରିବ କଂଗ୍ରେସ

By

Published : Jun 20, 2022, 11:24 AM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ତେଜୁଛି ବିବାଦ । ତୀବ୍ର ହେଉଛି ଆନ୍ଦୋଳନ । ଆଜି (ସୋମବାର) ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଯୁବ ବିରୋଧୀ ଅଗ୍ନିପଥ ଯୋଜନା ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି ସରକାରଙ୍କ ପ୍ରତିଶୋଧ ରାଜନୀତି ଅଭିଯୋଗ କରି ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଶତାଧିକ କର୍ମୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ । କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ । ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜେରା ଓ ଦିଲ୍ଲୀ ପୋଲିସ ଦ୍ବାରା ଦଳର ସାଂସଦଙ୍କ ସହ ର୍ଦୁବ୍ୟବହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ଅଧିକାରୀମାନେ କହିଛନ୍ତି ଯେ, "ଡାକ୍ତରଖାନାରେ ଭର୍ତ୍ତି ହେବା କାରଣରୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ସ୍ଥଗିତ ରଖିବା ପାଇଁ ରାହୁଲ ଗାନ୍ଧୀଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଅନୁରୋଧକୁ ଇଡି ଗ୍ରହଣ କରିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର ଟ୍ବିଟ୍ କରି କହିଛନ୍ତି ଯେ, "ଆଜି (ସୋମବାର) ଦେଶର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଯୁବ ବିରୋଧୀ ଅଗ୍ନିପଥ ଯୋଜନା ତଥା ଏହାର ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି ସରକାରଙ୍କ ପ୍ରତିଶୋଧ ରାଜନୀତି ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଜାରି ରଖିବେ ।"

ସେ ଆହୁରି କହିଛନ୍ତି, ''କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ। ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାରେ ଦଳର ନେତା ଆଧିର ରଞ୍ଜନ ଚୌଧୁରୀ, ପି ଚିଦାମ୍ବରମ୍, କେ ସି ବେଣୁଗୋପାଲ ଏବଂ ରମେଶଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବେ ।" ଦଳର ଅଲଗା ଅଲଗା ପ୍ରତିନିଧିମଣ୍ଡଳୀ ପ୍ରଥମେ ରାଜ୍ୟସଭା ସଭାପତି ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧକ୍ଷ ଓମ ବିର୍ଲାଙ୍କୁ ଭେଟି ସାରିଛନ୍ତି । ସାଂସଦଙ୍କ ଅଧିକାରର ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ ଏହାକୁ ଏକ ବିଶେଷ ଭାବରେ ଗ୍ରହଣ କରିବାକୁ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚରାକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ପ୍ରଥମ ଦିନ ଇଡି ଅଫିସରେ ହାଜର ବେଳେ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ । ଜାତୀୟ ରାଜଧାନୀ ଦିଲ୍ଲାର ରାଜରାସ୍ଥା କଂଗ୍ରେସକର୍ମୀଙ୍କୁ ନେଇ ଜମସମୁଦ୍ର ପାଲଟିଥିଲା । କେନ୍ଦ୍ରକୁ ଟାର୍ଗେଟ କରି ରବିବାର ସତ୍ୟାଗ୍ରହ କରିଥିଲା କଂଗ୍ରେସ ।

ପ୍ରକାଶ ଥାଉ କି, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ତୀବ୍ର ହେଉଛି । ଯୋଜନା ବିରୋଧରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ହୋଇଛି । ହିଂସା ସୃଷ୍ଟିକାରୀଙ୍କ ଉପରେ ରଖାଯାଇଛି କଡ଼ା ନଜର ରଖାଯାଇଛି । ଭାରତ ବନ୍ଦ ଡାକରାକୁ ନେଇ RPF, GRPଙ୍କୁ ହାଇଆଲର୍ଟ ରହିବାରୁ ନିର୍ଦ୍ଦେଶ ହୋଇଛି ।

ABOUT THE AUTHOR

...view details