ଓଡିଶା

odisha

ରାଜସ୍ଥାନରେ କାହିଁକି ହାରିଲା କଂଗ୍ରେସ ? ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବୈଠକ

Congress called Review Meeting: ବିଧାନସଭା ନିର୍ବାଚନରେ 4 ରାଜ୍ୟରେ କଂଗ୍ରେସର ପରାଜୟ । ରାଜସ୍ଥାନରେ କାହିଁକି ହାରିଲା କଂଗ୍ରେସ ନେଇ ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 9, 2023, 12:18 PM IST

Published : Dec 9, 2023, 12:18 PM IST

Congress will hold a meeting
Congress will hold a meeting

ନୂଆଦିଲ୍ଲୀ: 5 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ରାଜ୍ୟର ସରକାର ଗଠନ କରିଥିବା ବେଳେ 4ଟି ରାଜ୍ୟରେ ପରାଜୟ ବରଣ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କାହିଁକି ହାରିଲା କଂଗ୍ରେସ ? କେଉଁଠି ରହିଲା ତ୍ରୁଟି ? କଣ ରହିଲା ଭୁଲ ? ତାର କାରଣ ଖୋଜୁଛି ଦଳ । ଏନେଇ ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବସିବ ବୈଠକ । କେଉଁ କାରଣ ଯୋଗୁଁ ଦଳ ରାଜସ୍ଥାନରେ ଶୋଚନୀୟ ପରାଜୟ ହେଲା ସେନେଇ ଆଲୋଚନା କରାଯିବ । ବର୍ତ୍ତମାନ କାର୍ଯ୍ୟାଳୟରେ କଂଗ୍ରେସ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀ ପହଞ୍ଚିସାରିଛନ୍ତି । କିଛି ସମୟ ପରେ ରାଜସ୍ଥାନର ବହୁ କଂଗ୍ରେସ ନେତା ମଧ୍ୟ ଦିଲ୍ଲୀରେ ପହଞ୍ଚିବେ । ଅନ୍ୟପଟେ ମିଜୋରାମରେ କଂଗ୍ରେସର ପରାଜୟକୁ ନେଇ ବୈଠକ ଆରମ୍ଭ ହୋଇଯାଇଛି ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଆସିବାର 7 ଦିନ ପରେ ବିଜେପି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରିବାରେ ସକ୍ଷମ ହୋଇନାହିଁ । ବିଜେପି ଦଳରେ କୌଣସି ଶୃଙ୍ଖଳା ନାହିଁ । ଯଦି ଆମେ ସେପରି କରିଥାନ୍ତୁ ତେବେ ସେମାନେ କିପରି ଏହାକୁ ଦର୍ଶାଇଥାନ୍ତା ତାହା ଭାବିବା ବି ଅସମ୍ଭବ । ସେମାନେ ଆମ ବିରୋଧରେ ବହୁ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ ମଧ୍ୟ କରିଛନ୍ତି । ଆମେ କିନ୍ତୁ ନୂଆ ସରକାରଙ୍କ ସହଯୋଗ କରିବୁ ।

ରାଜସ୍ଥାନ କଂଗ୍ରେସ ନେତା ଗୋବିନ୍ଦ ସିଂ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ନିର୍ବାଚନରେ ପରାସ୍ତ ହୋଇଛୁ । ରାଜ୍ୟରେ କ୍ଷମତା ହରାଇବା ପଛର କାରଣ କଣ ତା ଉପରେ ଆଜି ବୈଠକରେ ବିଚାରବିମର୍ଶ କରାଯିବ । ଆମର ଦୁର୍ବଳତା ଜଣାଇବୁ ଓ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଏହାକୁ ସଂଶୋଧନ କରିବୁ ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦଳର ହାଇକମାଣ୍ଡଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦଳ କାହିଁକି ହାରିଲା, ସେନେଇ ଆଲୋଚନା କରିଥିଲେ ଦଳର କେନ୍ଦ୍ରୀୟ ନେତୃତ୍ବ । ସମୀକ୍ଷା ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ତୁଙ୍ଗ କଂଗ୍ରେସ ନେତାମାନଙ୍କୁ ସମନ କରିଥିଲେ ଖଡ଼ଗେ । ମଧ୍ୟପ୍ରଦେଶ ଓ ଛତିଗଡର କଂଗ୍ରେସ ନେତାଙ୍କୁ ନେଇ ପାର୍ଟି ମୁଖ୍ୟାଳୟରେ ଗତକାଲି ଏକ ବୈଠକ ବସିଥିଲା । ଆଜି ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ନେଇ ବୈଠକ ବସିବ । ରାଜସ୍ଥାନ ବିଧାନସଭା ନିର୍ବାଚନରେ ମୋଟ 199 ଆସନ ମଧ୍ୟରୁ କଂଗ୍ରେସ ପାର୍ଟି 69ଟିରେ ବିଜୟୀ ହୋଇଥିବା ବେଳେ, ବିଜେପି 115 ଆସନରେ ବିଜୟୀ ହୋଇଛି ।

ABOUT THE AUTHOR

...view details