ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ମଝିରେ 3 ମାସ ବାକିଥିବା ବେଳେ ଏବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନିଜ ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ଅଙ୍କ ସ୍ପଷ୍ଟ କରିବା ସବୁଠାରୁ ଅଧିକ ରୋଚକ ହେବାକୁ ଯାଉଛି । ଏହା ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ଭାଗ ଉପରେ ସମସ୍ତଙ୍କ ନଜର ରହିଛି । ମାତ୍ର କଂଗ୍ରେସ ଆସନ ବୁଝାମଣା ପୂର୍ବରୁ 5ଶହ ଲୋକସଭା କ୍ଷେତ୍ରରେ ସର୍ଭେ କରିବା ନେଇ ସୂଚନା ମିଳିଛି । ମୋଟ ସଂସଦୀୟ ଆସନ 543 ରୁ 500 ରେ ଅନୁଧ୍ୟାନ କରିବା ପାଇଁ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବାକୁ ଯାଉଛି ।
ଦଳ ଏନେଇ କିଛି ଘୋଷଣା କରିନଥିବା ବେଳେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ବିଭିନ୍ନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ପ୍ରାୟ 5 ଶହ ଆସନରେ ସର୍ଭେ କରିବା ପାଇଁ ପଠାଇବ । ଏହି ସବୁ ଆସନ ମାନଙ୍କରେ ଦଳର ସାଙ୍ଗଠନିକ ସ୍ଥିତି ଓ ବିଜୟ ସମ୍ଭାବନାକୁ ବିଚାର କରି ପର୍ଯ୍ୟବେକ୍ଷକମାନେ ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ରୋପୋର୍ଟ ପ୍ରଦାନ କରିବେ । ଯାହା ଦଳକୁ ଆସନ ଚୟନ କରିବାରେ ସହାଯ୍ୟ କରିବ । ନିର୍ବାଚନକୁ କମ ସମୟ ଥିବା କାରଣରୁ ଖୁବଶିଘ୍ର ଦଳ ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ :- ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ଲୋଗୋ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ