ଓଡିଶା

odisha

ETV Bharat / bharat

ଖେଳରତ୍ନ ପୁରସ୍କାର ନା ପରିବର୍ତ୍ତନ; ପ୍ରଶଂସା କଲା କଂଗ୍ରେସ, ମୋଦିଙ୍କୁ କଡା ଟାର୍ଗେଟ - Major Dhyan Chand

ଆଜିଠୁ ହକିର ଜାଦୁଗରଙ୍କ ନାଁରେ ନାମିତ ହୋଇଛି 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର' । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଉପରୁ ଉପରୁ ପ୍ରଶଂସା କରିଛି କଂଗ୍ରେସ । ହେଲେ ଭିତରୁ କଂଗ୍ରେସକୁ ବାଜିଛି କଣ୍ଟା । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ଅଭିଯୋଗ, ନ୍ୟାୟପାଳିକାକୁ ସହଯୋଗ କରୁନି CBI
ସୁପ୍ରିମକୋର୍ଟଙ୍କ ଅଭିଯୋଗ, ନ୍ୟାୟପାଳିକାକୁ ସହଯୋଗ କରୁନି CBI

By

Published : Aug 6, 2021, 10:24 PM IST

ନୂଆଦିଲ୍ଲୀ: 'ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର'ର ନାଁ ପରିବର୍ତ୍ତନ କରି ଐତିହାସିକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ହକିର ଜାଦୁଗରଙ୍କ ନାଁରେ ନାମିତ ହୋଇଛି 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର' । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଉପରୁ ଉପରୁ ପ୍ରଶଂସା କରିଛି କଂଗ୍ରେସ । ହେଲେ ଭିତରୁ କଂଗ୍ରେସକୁ ବାଜିଛି କଣ୍ଟା ।

'ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର'ର ନାଁ ପରିବର୍ତ୍ତନକୁ ସ୍ବାଗତ କରିଛି କଂଗ୍ରେସ । ହେଲେ ଅପରପକ୍ଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଓ ଅରୁଣ ଜେଟଲି ଷ୍ଟାଡିୟମର ନାଁ ବଦଳାଇ ଖେଳାଳିଙ୍କ ନାଁରେ ରଖିବାକୁ ଦାବି କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି, ଆରମ୍ଭ ହୋଇସାରିଛି ତ ଭରତରେ ଆରମ୍ଭ ହେଉ । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ସମ୍ମାନ ଜଣାଇବାକୁ କଂଗ୍ରେସ ସ୍ବାଗତ କରୁଛି। ଯଦି ମେଜର ଧ୍ୟାନଚାନ୍ଦଙ୍କ ନାଁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରାଜନୈତିକ ଉଦ୍ଦେଶ୍ୟରେ ଟାଣିନଥାନ୍ତେ, ତାହେଲେ ଭଲ ହୋଇଥାନ୍ତା।

ରାଜୀବ ଗାନ୍ଧୀ ଏହି ଦେଶର ହିରୋ ଥିଲେ ଏବଂ ରହିବେ । ରାଜୀବ ଗାନ୍ଧୀ କୌଣସି ପୁରସ୍କାର ପାଇଁ ନୁହେଁ, ବରଂ ତ୍ୟାଗ , ଚିନ୍ତାଧାରା ଏବଂ ଏକ ଆଧୁନିକ ଭାରତ ଗଠନ ପାଇଁ ପରିଚିତ | ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ଅଲିମ୍ପିକ୍ ବର୍ଷରେ କ୍ରୀଡ଼ାର ବଜେଟ୍ 230 କୋଟି ଟଙ୍କା ହ୍ରାସ କରିଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ଧ୍ୟାନ ଆଡେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ଦେଶର ଖେଳାଳିଙ୍କ ନାଁରେ ଏହି ଷ୍ଟାଡିୟମର ନାମକରଣ ହେବ ବୋଲି ଆଶା କରାଯାଉଛି ବୋଲି ସୁରଜେୱାଲା କହିଛନ୍ତି। ସର୍ବପ୍ରଥମେ ନରେନ୍ଦ୍ର ମୋଦି ଏବଂ ଅରୁଣ ଜେଟଲୀ ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଉ । ବର୍ତ୍ତମାନ ପି.ଟି ଉଷା, ମେରି କୋମ, ସଚିନ ତେନ୍ଦୁଲକର, ଗାଭାସ୍କର ଏବଂ କପିଲ ଦେବଙ୍କ ନାଁରେ ଷ୍ଟାଡିଅମଗୁଡିକର ନାଁ ରଖାଯାଉ ବୋଲି ଦାବି କରିଛି କଂଗ୍ରେସ ।

ABOUT THE AUTHOR

...view details