ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ପଞ୍ଚମ ଦିନରେ ଭାରତ ଯୋଡ଼ ଯାତ୍ରା

ତେଲେଙ୍ଗାନେରେ ଭାରତ ଯୋଡ଼ର ପଞ୍ଚମ ଦିନରେ ଗୋଲାପାଲିରୁ ପଦଯାତ୍ରା ଆରମ୍ଭ ହୋଇଛି । ଶନିବାର ମେହବୁବନଗର ସ୍ଥିତ ଧର୍ମପୁରରୁ 20 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିସାରିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Congress resumes Bharat Jodo Yatra from Gollapalli in Telangana
ତେଲେଙ୍ଗାନାରେ ପଞ୍ଚମ ଦିନରେ ଭାରତ ଯୋଡ଼ୋ ଯାତ୍ରା

By

Published : Oct 30, 2022, 2:06 PM IST

ହାଇଦ୍ରାବାଦ:ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ତେଲେଙ୍ଗାନାରେ ଜାରି ରହିଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ତେଲେଙ୍ଗାନେରେ ଭାରତ ଯୋଡ଼ୋର ପଞ୍ଚମ ଦିନରେ ଗୋଲାପାଲିରୁ ପଦଯାତ୍ରା ଆରମ୍ଭ ହୋଇଛି । ଶନିବାର ତେଲେଙ୍ଗାନାର ମେହବୁବନଗର ସ୍ଥିତ ଧର୍ମପୁରରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଯେଉଁଥିରେ 20 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିସାରିଥିବା ଜଣାପଡ଼ିଛି । ଆଜି ମଧ୍ୟ ସମାନ ଦୂରତା ଅତିକ୍ରମ କରାଯିବ ବୋଲି ଆଶା କରାଯାଉଛି ।

ଶନିବାର ଏକ ସାଧାରଣ ସଭାକୁ ସମ୍ବୋଧିତ କଲାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ଯଦି ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ବୁଣାକାରମାନେ ହସ୍ତତନ୍ତ ଦ୍ରବ୍ୟରେ ଯେଉଁ ଜିଏସି ଦେଉଛନ୍ତି ତାହା ଫେରସ୍ତ ପାଇବେ । ଗତ 35 ବର୍ଷ ତୁଳନାରେ ଆଜି ଭାରତରେ ସର୍ବାଧିକ ଲୋକ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟପଟେ ଦେଶରେ ଦୁନିଆର ସବୁଠାରୁ ଧନୀଲୋକ ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମର୍ଥନ କରୁଛନ୍ତି । ଏମାନେ ରାଜନୈତିକ ଦଳ ନୁହେଁ ବରଂ ବ୍ୟବସାୟିକ ପ୍ରତିଷ୍ଠାନ ।"

ଏହା ମଧ୍ୟ ପଢ଼ନ୍ତୁ:Bharat Jodo Yatra: ପିଲାଙ୍କ ସହ ଦୌଡିଲେ ରାହୁଲ ଗାନ୍ଧୀ

ସେ ଆହୁରି ମଧ୍ୟ କହିଛନ୍ତି, ପଦଯାତ୍ରା ସମୟରେ ସେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଭେଟିଥିଲେ । ଯିଏ ଏବେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଏବଂ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ ଟାର୍ଗେଟ କରି ରାହୁଲ କହିଛନ୍ତି, "ମୋଦି ସରକାରଙ୍କ ଦ୍ବାରା ଯେଉଁ ସବୁ ଲୋକ ବିରୋଧୀ ନୀତି ପ୍ରଣୟନ ହେଉଛି ତାହାକୁ ତେଲେଙ୍ଗାନା ସରକାର ସମର୍ଥନ କରୁଛନ୍ତି । ବିଜେପି ଓ ଆରଏସଏସ ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି ।" ଯଦି ତେଲେଙ୍ଗାନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ ଗୁରୁତ୍ବ ଦିଆଯିବ ।

ପ୍ରକାଶ ଥାଉକି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ଗତ ସେପ୍ଟେମ୍ବରରୁ ଚାଲିଥିବା କଂଗ୍ରେସ ଯାତ୍ରା ୫୧୧ କିଲୋମିଟର ଅତିକ୍ରମ ପରେ ଅକ୍ଟୋବର 21ରେ ଶେଷ ହେବ । 150 ଦିନର ଏହି ଯାତ୍ରାରେ 12 ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ 118 କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ 6 ରୁ 7 ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ABOUT THE AUTHOR

...view details