ଓଡିଶା

odisha

ଇଟାଲୀରେ ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ

By

Published : Aug 31, 2022, 6:11 PM IST

ଇଟାଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା ପାଓଲା ମାଇନୋ (Paola Maino)ଙ୍କ ଦେହାନ୍ତ । 27 ତାରିଖରେ ଦେହାନ୍ତ ଓ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଦଳର ବରିଷ୍ଠ ନେତା ଜୟରାମ ରମେଶଙ୍କ ସୂଚନା । ଅଧିକ ପଢନ୍ତୁ

ଇଟାଲୀରେ ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ
ଇଟାଲୀରେ ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ ଘଟିଛି । ଗତ ଶନିବାର (27 ତାରିଖ) ସୋନିଆଙ୍କ ମା ପାଓଲା ମାଇନୋ (Paola Maino)ଙ୍କ ପରଲୋକ ହୋଇଛି (Sonia Gandhis Mother Dies in Italy)। ଗତକାଲି ତାଙ୍କର ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ 90 ବର୍ଷ ବୟସ ହୋଇଥିଲା ଓ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ଥିବା ସୂଚନା ମିଳିଛି । ଏନେଇ ଆଜି ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସୋନିଆ ଗାନ୍ଧୀ (Congress President Sonia Gandhi), ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାଙ୍କ ସହ 23 ତାରିଖରୁ ବିଦେଶ ଗସ୍ତରେ ଅଛନ୍ତି । ଦଳ ପକ୍ଷରୁ ତାଙ୍କ ଗସ୍ତ ସମ୍ପର୍କରେ କିଛି ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ । ଆଜି ଦଳର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ ଟ୍ବିଟ କରି ସୋନିଆଙ୍କ ମାଙ୍କ ନିଧନ ନେଇ ସୂଚନା ଦେଇଛନ୍ତି । ତେବେ ସୋନିଆ ତାଙ୍କ ଅସୁସ୍ଥ ମା’ଙ୍କୁ ଭେଟିଥିବା ମଧ୍ୟ ସୂଚନା ମିଳିଛି । ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଅନେକ ଥର ଇଟାଲୀ ଗସ୍ତ କରି ନିଜ ଜେଜେମା’ଙ୍କୁ ସାକ୍ଷାତ କରିଛନ୍ତି ।

2020 ରେ ରାହୁଲଙ୍କ ବାରମ୍ବାର ବିଦେଶ ଗସ୍ତ ନେଇ ସମାଲୋଚନା ହେବା ପରେ ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ରାହୁଲ ନିଜର ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଗସ୍ତ କରିଥିବା ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା । ତେବେ ସେତେବେଳେ ସେହି ଅସୁସ୍ଥ ସମ୍ପର୍କୀୟ କିଏ, ତାହା ସ୍ପଷ୍ଟ ହୋଇନଥିଲା । ରାହୁଲଙ୍କ ମାମୁଁଘର ଇଟାଲୀ ହୋଇଥିବା ଯୋଗୁ ସେ କୌଣସି ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ଅନୁମାନ କରାଯାଇଥିଲା । ତେବେ ଏବେ ସୋନିଆଙ୍କ ମା’ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details