ଓଡିଶା

odisha

ETV Bharat / bharat

3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ

ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ । ଦଳ ନିଜର ପୁନଃନିର୍ମାଣ କରିବ ବୋଲି କହିଲେ, ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଲେ ଖଡଗେ । ଅଧିକ ପଢନ୍ତୁ

3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ
3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ

By ETV Bharat Odisha Team

Published : Dec 3, 2023, 6:50 PM IST

ନୂଆଦିଲ୍ଲୀ:ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନୈରାଶ୍ୟଜନକ କହିଛନ୍ତି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଏହାକୁ ଏକ ଅସ୍ଥାୟୀ ଅସଫଳତା ବୋଲି କହି ଖଡଗେ 2024 ସାଧାରଣ ନିର୍ବାଚନ ପ୍ରସ୍ତୁତି କଥା ଦୋହରାଇଛନ୍ତି । 2024 ଲୋକସଭା ନିର୍ବାଚନକୁ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳମାନଙ୍କ ସହଯୋଗରେ ସମ୍ପୂର୍ଣ୍ଣ ପ୍ରସ୍ତୁୁତି ସହ ଲଢାଯିବା ନେଇ କହିଛନ୍ତି ଖଡଗେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଏହି ରାଜ୍ୟମାନଙ୍କରେ ବେଶ ଭଲ ପ୍ରସ୍ତୁତି ସହ ନିର୍ବାଚନୀ ପ୍ରଚାର କରିଥିଲା ଏପରିକି କଂଗ୍ରେସର ଏହି ରଣନୀତିକୁ ଇଣ୍ଡିଆ ମେଣ୍ଟ ସହଯୋଗୀମାନେ ମଧ୍ୟ ସମାଲୋଚନା କରିଥିଲେ । କଂଗ୍ରେସକୁ ମେଣ୍ଟର ନେତୃତ୍ବ ଦିଆଗଲା, ମାତ୍ର ସେମାନେ ବିଧାନସଭା ନିର୍ବାଚନରେ ଲାଗିଥିବା ନୀତିଶ କୁମାରଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ କହିଥିଲେ । ହେଲେ ତମାମ ପ୍ରସ୍ତୁତି ଓ ପ୍ରଚାର ସତ୍ତ୍ବେ ମଧ୍ୟ କଂଗ୍ରେସକୁ 4 ରାଜ୍ୟରୁ ମାତ୍ର ଗୋଟିଏରେ କ୍ଷମତା ମିଳିଛି । ଦଳ ଶାସନରେ ଥିବା ଦୁଇଟି ରାଜ୍ୟରେ ମଧ୍ୟ କ୍ଷମତା ହାତଛଡା କରିବାକୁ ବାଧ୍ୟ ହୋଇଛି କଂଗ୍ରେସ ।

ଫଳାଫଳ ସ୍ପଷ୍ଟ ହେବା ପରେ କଂଗ୍ରେସ ହାଇକମାଣ୍ଡ ଖଡଗେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ତେଲେଙ୍ଗାନାରେ ଜନାଦେଶ ପାଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଖଡଗେ ଟ୍ବିଟରେ ଲେଖିଛନ୍ତି,‘‘ କଂଗ୍ରେସକୁ ତେଲେଙ୍ଗାନାବାସୀ ଜନାଦେଶ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ । ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ଭୋଟ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ । ଏହି 3 ରାଜ୍ୟରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ନିଷ୍ଠା ସହିତ ଆମେ ଏହି ତିନି ରାଜ୍ୟରେ ପୁଣି ଦଳର ପୁନଃନିର୍ମାଣ ଓ ପୁନରୁତ୍ଥାନ ପାଇଁ ଆମର ଦୃଢ ସଂକଳ୍ପକୁ ନିଶ୍ଚିତ କରିବୁ ।

ଏହା ମଧ୍ୟ ପଢନ୍ତୁ:- ରେଜଲ୍ଟ ପୂର୍ବରୁ ଜଣାଇଲେ ଶୁଭେଚ୍ଛା: ପଦରୁ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି

ଏହା ପୂର୍ବରୁ ଦଳରଅନ୍ୟତମ ପ୍ରମୁଖ ନେତା ରାହୁଲ ଗାନ୍ଧୀ ମଧ୍ଯ ଟ୍ବିଟ କରି ଏହି ଜନାଦେଶକୁ ସ୍ବୀକାର କରୁଥିବା କହିଥିଲେ । ରାହୁଲ ଲେଖିଥିଲେ,‘‘ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ । ଆଦର୍ଶବାଦର ଲଢେଇ ଜାରି ରହିବ । ମୁଁ ତେଲେଙ୍ଗାନାବାସୀ ନିକଟରେ କୃତଜ୍ଞ । ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା ନିର୍ମାଣ କରିବା ଦିଗରେ ନିଜର ପ୍ରତିଶୃତି ପୂରଣ କରିବୁ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ପରିଶ୍ରମ ଓ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details