ଓଡିଶା

odisha

ETV Bharat / bharat

ଏପ୍ରିଲ୍‌ ୫ରେ କଂଗ୍ରେସ ସଂସଦୀୟ ଦଳ ବୈଠକ, ଦଳୀୟ ଏଜେଣ୍ଡା ବିଷୟରେ ହେବ ଆଲୋଚନା - କଂଗ୍ରେସ ଅଧ୍ଯକ୍ଷା ସୋନିଆ ଗାନ୍ଧୀ

ଆସନ୍ତା ମଙ୍ଗଳବାର( ଏପ୍ରିଲ୍‌ ୫) କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଅଧିକ ପଢନ୍ତୁ

ଏପ୍ରିଲ୍‌ ୫ରେ କଂଗ୍ରେସ ସଂସଦୀୟ ଦଳ ବୈଠକ, ଦଳୀୟ ଏଜେଣ୍ଡା ବିଷୟରେ ହେବ ଆଲୋଚନା
ଏପ୍ରିଲ୍‌ ୫ରେ କଂଗ୍ରେସ ସଂସଦୀୟ ଦଳ ବୈଠକ, ଦଳୀୟ ଏଜେଣ୍ଡା ବିଷୟରେ ହେବ ଆଲୋଚନା

By

Published : Apr 3, 2022, 9:52 PM IST

ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର( ଏପ୍ରିଲ୍‌ ୫) କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିସହ ଏହି ବୈଠକରେ ଉଭୟ ସଂସଦର ସମସ୍ତ ସାଂସଦ ଉପସ୍ଥିତ ରହିବା ସହ ଦଳୀୟ ଏଜେଣ୍ଡା ବିଷୟରେ ଆଲୋଚନ କରାଯିବ ।

ସେହିପରି ସଂସଦ ଅଧିବେଶନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ପକ୍ଷରୁ ବୈଠକ କରାଯାଇଥାଏ । ତେବେ ଏହି ବୈଠକରେ ସୋନିଆ ଅଧ୍ୟକ୍ଷତା କରିବା ସହ ଆଗମୀ ଅଧିବେଶନରେ କଂଗ୍ରେସର ଏଜେଣ୍ଡା ଉପରେ ଆଲୋଚନା କରାଯିବ । ଏପଟେ କିଛି ଦିନ ତଳେ ସରିଥିବା ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହା ହେଉଛି ପ୍ରଥମ ବୈଠକ ।

ସେହିଭଳି ଏହି ବୈଠକରେ କଂଗ୍ରେସକୁ ଏକାଠି ରଖିବାକୁ ଏବଂ ଦଳର ଆଭିମୁଖ୍ୟକୁ ଲୋକଙ୍କ ପାଖରେ ଯଥା ସମ୍ଭବ ପହଞ୍ଚାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି ସୋନିଆ । ଏଥିସହ ଆଗକୁ ହେବାକୁ ଥିବା ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦଳ ଗୁରୁତର ଭାବେ ନେବା ସହ ଏହା ପାଇଁ ରଣକୌଶଳ ପ୍ରସ୍ତୁତ କରିବି ବୋଲି ଜଣାପଡିଛି ।

ଅନ୍ୟପଟେ କଂଗ୍ରେସରେ ଅନ୍ୟାନ୍ୟ କନ୍ଦଳ ରହିଥିବାବେଳେ ମଧ୍ୟପ୍ରଦେଶର ପୂର୍ବତନ ପିସିସି ସଭାପତି ଅରୁଣ ଯାଦବ ଅସନ୍ତୋଷ ରହିଛନ୍ତି । ଏଥିସହ ଛତିଶଗଡ ଏବଂ ରାଜସ୍ଥାନର କଂଗ୍ରେସ ମଧ୍ୟରେ ଥିବା କନ୍ଦଳ ଏପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ତେବେ ଗାନ୍ଧୀ ପରିବାର ଜି- ୨୩ ଗ୍ରୁପର ପ୍ରତ୍ୟେକ ସଦସ୍ୟଙ୍କ ନିକଟରେ ପହଞ୍ଚିବା ସହ ବ୍ୟକ୍ତିଗତ ଭାବରେ କିମ୍ବା ଅନ୍ଯମାନଙ୍କ ଜରିଆରରେ ସଂଗଠନ ମଜବୁତ୍‌ କରିବା ଲାଗି ଚେଷ୍ଟା ଜାରି ରଖିଛନ୍ତି ।

@IANS

ABOUT THE AUTHOR

...view details