ଓଡିଶା

odisha

Congress Chintan Shivir: ଦୁର୍ବଳ ବର୍ଗଙ୍କ ପାଇଁ ଦଳରେ ୫୦ ପ୍ରତିଶତ ପଦ ସଂରକ୍ଷଣ

By

Published : May 15, 2022, 11:11 AM IST

ଗତ ୧୩ ତାରିଖରୁ ରାଜସ୍ଥାନର ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । କଂଗ୍ରେସ ପାର୍ଟି ସଂଗଠନରେ SC, ST ଏବଂ OBC ବର୍ଗ ଭଳ ଦୁର୍ବଳ ବର୍ଗଙ୍କ ପ୍ରତିନିଧିଙ୍କ ପାଇଁ ଦଳରେ ୫୦ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ପ୍ରସ୍ତାବ ରହିଛି । ଏ ନେଇ ଗତକାଲି(ଶନିବାର) ଶିବିରରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଚିନ୍ତନ ଶିବିର:  SC, ST ଏବଂ OBCଙ୍କୁ ପାର୍ଟିରେ ୫୦ ପ୍ରତିଶତ ସଂରକ୍ଷଣ
ଚିନ୍ତନ ଶିବିର: SC, ST ଏବଂ OBCଙ୍କୁ ପାର୍ଟିରେ ୫୦ ପ୍ରତିଶତ ସଂରକ୍ଷଣ

ଜୟପୁର:ଗତ ୧୩ ତାରିଖରୁ ରାଜସ୍ଥାନର ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । କଂଗ୍ରେସ ପାର୍ଟି ସଂଗଠନରେ SC/ST ଏବଂ OBC ବର୍ଗରୁ ୫୦ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ଦିଆଯିବ । ଏ ନେଇ ଗତକାଲି(ଶନିବାର) ଶିବିରରେ ନିଷ୍ପତ୍ତି ନିଆଯାଇଛି । ଚିନ୍ତନ ଶିବିରର ଦ୍ଵିତୀୟ ଦିନରେ ପାର୍ଟି ନେତା କେ ରାଜୁ କହିଛନ୍ତି, "ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣକୁ ନେଇ ଗଠିତ କମିଟି ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ରବିବାର କଂଗ୍ରେସ କାର୍ଯ୍ୟକାରିଣୀରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯିବ । ଏହା ବ୍ୟତୀତ ପାର୍ଟିରେ ସାମାଜିକ ନ୍ୟାୟ ପରାମର୍ଶଦାତା ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।"

9 ବର୍ଷର ବ୍ୟବଧାନ ପରେ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ପ୍ରାୟ 430 ନେତା ଯୋଗ ଦେଇଛନ୍ତି । ରାଜନୀତି ଠାରୁ ସଂଗଠନ, କୃଷକ-କୃଷି, ବେକାରୀ ପ୍ରସଙ୍ଗ, ସାମାଜିକ ନ୍ୟାୟ ଏବଂ କଲ୍ୟାଣ ଏବଂ ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି । ଆଜି(ରବିବାର) ଶିବିରର ଶେଷ ଦିନରେ କମିଟି କଂଗ୍ରେସ ଅଧ୍ୟକ୍ଷଙ୍କ ସାମ୍ନାରେ ସାମାଜିକ ପ୍ରସଙ୍ଗ ଉଠାଇବ ଏବଂ ଏହି ବିଷୟରେ ଉଚିତ୍ ପରାମର୍ଶ ଦେବ । ସାମାଜିକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ଛଅ ମାସରେ ଥରୁଟିଏ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବ ।

ଚତୁର୍ଥଥର ପାଇଁ ଉଦୟପୁରରେ କଂଗ୍ରେସ କାର୍ଯ୍ୟକାରୀ କମିଟର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଛି । ଯେଉଁଥିରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିଛନ୍ତି । ଏହା ପୂର୍ବରୁ ବର୍ଷ ୧୯୯୮, ୨୦୦୩ ଏବଂ ୨୦୧୩ରେ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥଲା । ଦୁଇ ଦିନ ଧରି ଭିନ୍ନ ଭିନ୍ନ କମିଟିରେ ଯେଉଁ ନିଷ୍ପତ୍ତି ନିଆଯାଇଛି ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଉପସ୍ଥାପନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details