ଓଡିଶା

odisha

ETV Bharat / bharat

Agnipath Scheme: ଅଗ୍ନିପଥକୁ ନେଇ କଂଗ୍ରେସରେ ଟ୍ବିଟର ୱାର - ଅଗ୍ନିପଥ ନିଯୁକ୍ତି ଯୋଜନା

କେନ୍ଦ୍ର ସରକାରଙ୍କ ଘୋଷିତ ନୂଆ ଯୋଜନା ଅଗ୍ନିପଥକୁ କଂଗ୍ରେସ ସାଂସଦ ମନିଷ ତିୱାରୀ ସମର୍ଥନ ଜଣାଇଛନ୍ତି । ଯାହା ଫଳରେ କଂଗ୍ରେସ ନେତା ମନିଷ ତିୱାରି ଏବଂ ସପ୍ତଗିିରି ଉଲାଙ୍କ ମଧ୍ୟରେ ଟ୍ବିଟ ୱାର ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

congress mp manish tewari on congress mp saptagiri ulaka tweets over Agnipath Scheme
Agnipath Scheme: କଂଗ୍ରେସ-କଂଗ୍ରେସ ଟ୍ବିଟ ୱାର

By

Published : Jun 17, 2022, 3:25 PM IST

Updated : Jun 18, 2022, 8:54 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଘୋଷିତ ନୂଆ ଯୋଜନା ଅଗ୍ନିପଥକୁ କଂଗ୍ରେସ ସାଂସଦ ମନିଷ ତିୱାରୀ ସମର୍ଥନ ଜଣାଇଛନ୍ତି । ଭାରତୀୟ ସେନା ବାହିନୀ ନିଯୁକ୍ତି ଦିଗରେ ଏହା ଏକ ଉତ୍ତମ ସଂସ୍କରଣ ବୋଲି ସେ କହିଛନ୍ତି । ଯାହା ଫଳରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ମନିଷ ତିୱାରୀଙ୍କ ମଧ୍ୟରେ ଟ୍ବିଟ ୱାର ଦେଖିବାକୁ ମିଳିଛି ।

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । କେତେକ ସ୍ଥାନରେ ହିଂସା ଓ ପ୍ରତିବାଦ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରର ସରକାରଙ୍କ ନିଷ୍ପତ୍ତିକୁ ବିରୋଧି ଦଳ ମଧ୍ୟ ବିରୋଧ କରିଛନ୍ତି । ଏହାରି ଭିତରେ କଂଗ୍ରେସ ସାଂସଦ ଅଗ୍ନିପଥ ଯୋଜନାକୁ ସମର୍ଥନ କରୁଥିବା ନେଇ ଟ୍ବିଟ କରିଛନ୍ତି । ସାଂସଦ ମନିଷ ତିୱାରୀ ଲେଖିଛନ୍ତି, 'ଭାରତ ସେନାବାହିନୀ ପାଇଁ ଯୁବ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି। ଏଥିରେ ଗ୍ୟାରେଣ୍ଟି ନିଯୁକ୍ତି ହେବା ଉଚିତ ନୁହେଁ'। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଅଗ୍ନିପଥ ଯୋଜନା ପ୍ରତି ଚିନ୍ତିତ ଅଛନ୍ତି, ସେମାନଙ୍କ ପ୍ରତି ସହାନୁଭୂତି ଦେଖାଉଛି । କିନ୍ତୁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ହିଂସା ଅତ୍ୟନ୍ତ ନିନ୍ଦନୀୟ'।

ମନିଷଙ୍କ ଏଭଳି ବିବୃତ୍ତି ପରେ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ତାଙ୍କ ଟ୍ବିଟର ଉତ୍ତର ରଖିଛନ୍ତି । ସପ୍ତଗିରି କହିଛନ୍ତି' ସମ୍ମାନୀୟ ସାଂସଦ ମନିଷ ତିୱାରି ଆପଣ ଯେଉଁ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ରଖିଛନ୍ତି, ତାହା ସମୂର୍ଣ୍ଣ ଭିନ୍ନ । ଦଳ ଦାୟିତ୍ବରେ ଥିବା ବ୍ୟକ୍ତିମାନେ କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏହା ଆପଣଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଅଟେ, ଦଳର ନୁହେଁ।

ତେବେ ସପ୍ତଗିରିଙ୍କ ଏହି ଯୁକ୍ତି ଉପରେ ପୁନଃ ମନିଷ ଉତ୍ତର ରଖିଛନ୍ତି। ସେ କହିଛନ୍ତି' ପ୍ରିୟର ସପ୍ତଗିରି, ଆପଣ ଲୋକସଭାର ଜଣେ ଗୁରୁତ୍ବପୂର୍ଣ୍ଣ ସହକର୍ମୀ । ତଥାପି ମୁଁ ସମ୍ମାନର ସହ ଜଣାଇ ଦେଉଛି ଯେ, ଯେତେବେଳେ ଆପଣ ନିକ୍ରସ ପିନ୍ଧି ଦୌଡୁଥିଲେ ସେବେଠାରୁ କଂଗ୍ରେସ ସହ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛି । ତେଣୁ ଆପଣ ଏହି ଟ୍ବିଟରୁ ନିବୃତ୍ତ ରୁହନ୍ତୁ' ବୋଲି ମନିଷ ତିୱାରି କହିଛନ୍ତି।

Last Updated : Jun 18, 2022, 8:54 AM IST

ABOUT THE AUTHOR

...view details