ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ରିମୋଟରେ ଚାଲୁଛନ୍ତି କଂଗ୍ରେସ ଅଧ୍ୟକ୍ଷ

ମଧ୍ୟପ୍ରଦେଶର ଦମୋହରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi attacks Congress
PM Modi in Madhya Pradesh

By ETV Bharat Odisha Team

Published : Nov 8, 2023, 3:27 PM IST

ଭୋପାଳ:ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର ଦମୋହରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ସଭାପତି ରିମୋଟ ଦ୍ବାରା ଚାଲୁଛନ୍ତି । କଂଗ୍ରେସ ମାନେ ବର୍ବାଦିର ଗ୍ୟାରେଣ୍ଟି । ଛତିଶଗଡ ଏକ ବେଟିଂ ଆପ୍ ରହିଛି ରାଜସ୍ଥାନରେ ଏକ ଲାଲ ଡାଏରୀ ରହିଛି । କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ ମିଛ ପ୍ରତିଶ୍ରୁତି ଦେଇଛି । ଦୁର୍ନୀତି ଟ୍ରାକ ରେକର୍ଡ ପାଇଁ ଦଳକୁ ଭଲ ଭାବେ ଜଣା ମଧ୍ୟପ୍ରଦେଶର ଯୁବଗୋଷ୍ଠୀ ଦଳ ଉପରେ ଭରସା କରନ୍ତି ନାହିଁ । 2018ରେ ଦଳ ଅନେକ ପ୍ରତିଶ୍ରୁତି ଦେଇଥିଲା । ଚାଷୀ 15 ମାସ ଅପେକ୍ଷା କରିଥିଲେ ହେଲେ କିଛି ଲାଭ ମିଳି ନଥିଲା ବୋଲି କଂଗ୍ରେସକୁ ଟାର୍ଗେଟ କରି ଏହା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେବେ ଏକ ଦେଶର ଆର୍ଥିକ ସାମର୍ଥ୍ୟ ବଢେ ଦେଶର ନାଗରିକଙ୍କ ରୋଜଗାର ବଢେ । ଆଜିର ଏହି ସମୟ ଆସିଛି କଂଗ୍ରେସଠୁ ସତର୍କ ରୁହ । କଂଗ୍ରେସ ସେହି ଦଳ ଯିଏ ଗରିବଙ୍କଠୁ ଟଙ୍କା ଛଡାଇ ନିଏ । କଂଗ୍ରସ ସେହି ଦଳ ଯିଏ 100 କୋଟି ଟଙ୍କାର ଦୁର୍ନୀତି କରିଛି । କଂଗ୍ରେସ ସେହି ଦଳ ଯିଏକି ଚୌକି ବଞ୍ଚାଇବାକୁ ସମାଜରେ ଗୋଟିଏ ଦଳ ସହ ଅନ୍ୟ ଦଳର ଲଢେଇ କରାଏ । ଦଳ ପାଇଁ ରାଜ୍ୟର ବିକାଶ ଜରୁରୀ ନୁହେଁ କେବଳ ସ୍ବାର୍ଥ ହିଁ ଜରୁରୀ । କଂଗ୍ରେସ ସଭାପତି ରିମୋଟରେ ଚାଲୁଛନ୍ତି । ଯେତେବେଳେ ରିମୋଟ ଚାଲୁନାହିଁ ସେମାନେ ପାଣ୍ଡବଙ୍କ କଥା କହୁଛନ୍ତି । ବିଜେପିରେ 5ଜଣ ପାଣ୍ଡବ ଥିବା କହିଛନ୍ତି । ଆମେ ଗର୍ବିତ ଆମେ 5 ପାଣ୍ଡବଙ୍କ ରାସ୍ତାରେ ଚାଲୁଛୁ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏତେ ବର୍ଷ ହେବ କଂଗ୍ରେସ ଦେଶକୁ କେବଳ ଗୋଟିଏ ମିଛ ବାରମ୍ବାର କହି ଆସୁଛି । ଦେଶରେ ଗରିବ ଶେଷ କରିବାକୁ ନାରା ଦେଇ ଆସୁଛି ମାତ୍ର କଂଗ୍ରେସ କେବେ ବି ଗରିବୀ ଶେଷ କରି ପାରିନାହିଁ କାରଣ ଦଳର ନେତାଙ୍କ ଚିନ୍ତାଧାରାରେ ସଟ୍ଟୋଟତା ନଥିଲା । କଂଗ୍ରେସ ସରକାର ଥିବା ରାଜ୍ୟରେ ଗରିବ ଆହୁରି ଗରିବ ଓ ଧନୀ ଆହୁରି ଧନୀ ହୋଇ ଚାଲିଲା । ଆଜି କେନ୍ଦ୍ରରେ ଭାଜପା ସରକାର ଅଛି । ଦେଶ ଗରିବୀରୁ ମୁକ୍ତ ହେଉଛି । ଆଜି ପୁରା ଦୁନିଆ ଭାରତରେ ହେଉଥିବା ବିକାଶ ବିଷୟରେ ଚର୍ଚ୍ଚା କରୁଛି । 2014ରେ ଆମ ସେବାକାଳ ଆରମ୍ଭ ହେଲା ସେବେ ଅର୍ଥବ୍ୟବସ୍ଥାରେ 10 ନମ୍ବରରୁ ଆମେ 5 ନମ୍ବରରେ ପହଞ୍ଚିଛୁ । ଆମେ ସେବା ଓ ସମର୍ପଣ ଭାବରେ କାମ କରୁଛି । ମୋଦିର ଗ୍ୟାରେଣ୍ଟି ଲେଖି ନିଅନ୍ତୁ ତୃତୀୟ ଥର ସେବାକାଳ ଆରମ୍ଭ ହେଲେ ଦେଶକୁ ଅର୍ଥ ବ୍ୟବସ୍ଥାରେ ତୃତୀୟ ସ୍ଥାନରେ ପହଞ୍ଚାଇବି । ଆମ ଗ୍ୟାରେଣ୍ଟି ଲୁଟିବା ନୁହେଁ ଦେଶକୁ ଆଗକୁ ନେଇଯିବା । ଆମ ଗ୍ୟାରେଣ୍ଟି ଭୋଟ ହାତେଇବା ନୁହେଁ ଦେଶବାସୀଙ୍କ ସାମର୍ଥ୍ୟ ବଢାଇବା ।''

ଏହା ବି ପଢନ୍ତୁ...Naxalites attack in Chhattisgarh on polling day: ‘କଂଗ୍ରେସ କ୍ଷମତାକୁ ଆସିଲେ ଆତଙ୍କବାଦୀ ଓ ନକ୍ସଲବାଦୀଙ୍କ ଉତ୍ସାହ ବଢିଯାଏ’

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ମିଜୋରାମ ଓ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମଧ୍ୟପ୍ରଦେଶରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 230 ଆସନରେ ଭୋଟ ଗ୍ରହଣ ହେବ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ 2024 ଜାନୁଆରୀ 6ରେ ଶେଷ ହେବ । ରାଜ୍ୟରେ 2018ରେ ନିର୍ବାଚନରେ କଂଗ୍ରେସ ବାଜି ମାରି କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2020ରେ 22 କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହାପରେ ରାଜ୍ୟରେ ସରକାର କଂଗ୍ରେସ ସରକାର ଭାଙ୍ଗିଥିଲା । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ABOUT THE AUTHOR

...view details