ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ଖେରୀ ହିଂସାକୁ ନେଇ ରାଜନୀତି ଜୋର ଧରିଛି । ମୃତ କୃଷକଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ହିଂସା ଘଟଣା ନେଇ ଆଜି(ବୁଧବାର) ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ । ଏହି ସହିତ ଏକ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବ ।
୭ ଜଣିଆ ପ୍ରତିନିଧି ଦଳରେ ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏ.କେ ଆଣ୍ଟୋନି, ଗୁଲାମନବୀ ଆଜାଦ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କେ.ସି ବେଣୁଗୋପାଳ ସାମିଲ ଅଛନ୍ତି । ଏ ନେଇ ରାଷ୍ଟ୍ରପତି ସମୟ ଦେଇଥିବା ଜଣାପଡିଛି ।