ଓଡିଶା

odisha

ଆଜିଠୁ କଂଗ୍ରେସର ଚିନ୍ତନ ଶିିବିର, ଟ୍ରେନ୍‌ରେ ଉଦୟପୁର ପହଞ୍ଚିଲେ ରାହୁଲ

By

Published : May 13, 2022, 8:45 AM IST

ଆଜିଠୁ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ । ଟ୍ରେନ୍‌ ଯୋଗେଁ ରାଜସ୍ଥାନର ଉଦୟପୁରରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ଉଦୟପୁରରେ ପହଞ୍ଚିଲେ ରାହୁଲ
ଉଦୟପୁରରେ ପହଞ୍ଚିଲେ ରାହୁଲ

ଜୟପୁର: ଆଜିଠୁ ରାଜସ୍ଥାନର ଉଦୟପୁରରେ ଜାତୀୟ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ ହେଉଛି । ଏ ନେଇ ଉଦୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ରେନରେ ଯାତ୍ରା କରି ଶିବର ପାଇଁ ଉଦୟପୁର ପହଞ୍ଚିଛନ୍ତି ରାହୁଲ । ଉଦୟପୁରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାହୁଲଙ୍କ ସହ କଂଗ୍ରେସର ପାଖାପାଖି 74 ନେତା ଉପସ୍ଥିତ ଅଛନ୍ତି । ଏହି ଚିନ୍ତନ ଶିବିରରେ କଂଗ୍ରେସ ଗୋଟିଏ ପରିବାର ଗୋଟିଏ ଟିକେଟ, ଜଣେ ବ୍ୟକ୍ତି ଗୋଟିଏ ପଦ, ପଛୁଆ, ଦୁର୍ବଳ ବର୍ଗଙ୍କୁ ପ୍ରତିନିଧତ୍ବ ଭଳି ବଡ ନିଷ୍ପତ୍ତି ନିଆଯାଇପାରେ ।

ଉଦୟପୁରରେ ପହଞ୍ଚିଲେ ରାହୁଲ

2024 ଲୋକସଭା ନିର୍ବାଚନକୁ ନେଇ ଦଳ କିଛି ନିଷ୍ପତ୍ତି ନେଇପାରେ । 19 ବର୍ଷ ପରେ ଏହି ଚିନ୍ତନ ଶିବିରର ଆୟୋଜନ କରାଯାଇଛି । ସର୍ବପୁରାତନ ଦଳ କିଛି ବର୍ଷ ହେବ ପଛୁଆ ପଡିଯାଇଛି । ସତ୍ତା ହରାଇବା ସହ ନେତୃତ୍ବ ସଙ୍କଟ ମଧ୍ୟରେ ସଂଘର୍ଷ କରୁଛି । ଫଳରେ ପୁଣି ଥରେ ଅଣ୍ଟା ସଳଖିବା ପାଇଁ ମନ୍ଥନ ଆରମ୍ଭ କରିଛି । ଏହି ଚିନ୍ତନ ଶିବିର 15 ଯାଏଁ ଚାଲିବ । ତେବେ ଏହି ଚିନ୍ତନ ଶିବିର କଂଗ୍ରେସ ପାଇଁ କେତେ ମାତ୍ରାରେ ସଞ୍ଜିବନୀ ହେଉଛି ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details