ରାୟପୁର:ଛତିଶଗଡରେ କୋର୍ବାରେ ଜଘନ୍ୟ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପୁତ୍ର,ବୋହୂ ଓ ଚାରି ବର୍ଷିୟ ଶିଶୁକୁ ଅତି ନିର୍ମମଭବେ ହତ୍ୟା କରାଯାଇଛି । ଘଟଣା ବୁଧବାର ଭୋର ସକାଳ 4 ଟାରେ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ସାଇଣ୍ଟିଫିକ ଟିମ ଓ ଡଗସ୍କାର୍ଡ ମାଧ୍ୟମରେ ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଏକତ୍ର ଥିବା ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ୟାରେଲାଲ କନୱରଙ୍କ ପୁତ୍ର ତଥା କଂଗ୍ରେସ ନେତା ହରିଶ କନୱର ଓ ତାଙ୍କ ସ୍ତ୍ରୀ ଏବଂ ଚାରି ବର୍ଷିୟ ଶିଶୁକନ୍ୟାକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଖବରମୁତାବକ ମୃତକ କଂଗ୍ରେସ ନେତା ହରିଶ କନୱର, ମା, ସ୍ତ୍ରୀ ସୁମିତ୍ରା କନୱର ଓ 4 ବର୍ଷିୟ ଶିଶୁ ଘରେ ଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଭୋର ସକାଳୁ ଅଜଣା ଦୃବୃର୍ତ୍ତ ଜଣକ କଂଗ୍ରେସ ନେତା ହରିଶ କନୱରଙ୍କ ଘରେ ପହଞ୍ଚିିଥିଲା । କବାଟ ଖୋଲି ଘର ଭିତରେ ପ୍ରବେଶ କରିଥିଲା । ହତ୍ୟାକାରୀ ଜଣକ ପ୍ରଥମେ ହରିଶ କନୱରଙ୍କ ମାଙ୍କୁ ଗାମୁଛା ସାହାଯ୍ୟରେ ଗଳାଚିପି ହତ୍ଯା କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ସମୟରେ ହରିଶ କନୱରଙ୍କ ମା ବେହୋସ ହୋଇପଡିଥିଲେ । ତେବେ ମା ବେହୋଶ ହେବା ପରେ ଦୁର୍ବୃତ୍ତ ଜଣଙ୍କ ହରିଶ କନୱର ସମେତ ତିନିଜଣକୁ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କୁ ଡକାଇଥିଲେ ମୃତକଙ୍କ ମାତା । ଏହା ପରେ ଗ୍ରାମବାସୀ ପହଞ୍ଚିଥିଲେ । ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ଫେରାର ହୋଇଥିବା ଜଣାପଡିଛି ।ଏହି ଘଟଣାକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ସନ୍ଦେହ କରାଯାଇଛି ।