ଓଡିଶା

odisha

ETV Bharat / bharat

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ୧୦ ଦିନ ପୂର୍ବରୁ ହୋଇଥିଲେ COVID-19 ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

By

Published : Jun 12, 2022, 3:02 PM IST

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ
ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

ନୂଆଦିଲ୍ଲୀ:ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଏବେ କୋଭିଡରେ ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି । ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଏବେ ହସ୍ପିଟାଲରେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିବା ନେଇ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି । ଗତ 10 ଦିନପୂର୍ବରୁ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିବା ଟେଷ୍ଟରୁ ଜଣାପଡିଥିଲା । ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details