ଓଡିଶା

odisha

ETV Bharat / bharat

Agnipath protest: ଆଜି ଜନ୍ତରମନ୍ତରରେ କଂଗ୍ରେସର ବିକ୍ଷୋଭ - ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ରଦ୍ଦ କରିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ସତ୍ୟାଗ୍ରହ ପ୍ରଦର୍ଶନ କରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

congress hold protest at delhi against agnipath scheme
Agnipath protest: ଆଜି ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

By

Published : Jun 19, 2022, 11:20 AM IST

ନୂଆଦିଲ୍ଲୀ:ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ଜାରି ରହିଛି । କେତେକ ରାଜ୍ୟରେ ସେନାରେ ଭର୍ତ୍ତି ଆଶାୟୀଙ୍କ ହିଂସା ଓ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନି ରାଜନୈତିକ ଦଳ । ଏହି ନିଷ୍ପତ୍ତିକୁ ନେଇ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଯୋଜନା ରଦ୍ଦ କରିବାକୁ ଆଜି ଦିଲ୍ଲୀର ଜନ୍ତରମନ୍ତରରେ କଂଗ୍ରେସ ସତ୍ୟାଗ୍ରହ ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି ।

ଏହି ସତ୍ୟାଗ୍ରହରେ କଂଗ୍ରେସ ସାଂସଦ, କାର୍ଯ୍ୟକାରିଣୀ କମିଟି ସଦସ୍ୟ ଏବଂ ହଜାର ହଜାର ଯୁବକର୍ମୀମାନେ ସାମିଲ ହେବେ । ଦେଶର ଯୁବପିଢ଼ୀ ଆଜି ରାଜରାସ୍ତାକୁ ଓହ୍ଲାଇଛି । ତାଙ୍କ ସହ ଠିଆ ହେବା ଆମ କର୍ତ୍ତବ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେନା ନିଯୁକ୍ତି ଆଶାୟୀଙ୍କୁ ସହାନୁଭୂତି ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଶାନ୍ତିପୂର୍ଣ୍ଣ ଓ ଅହିଂସା ମାର୍ଗରେ କଂଗ୍ରେସ ଆଶାୟୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି ।

ଯୁବସେନା ଆଶାୟୀଙ୍କ ସହ କଂଗ୍ରେସ ଠିଆ ହୋଇଛି ଏବଂ ଏହି ଯୋଜନାକୁ ରଦ୍ଦ କରିବା ପାଇଁ କଂଗ୍ରେସ ମଧ୍ୟ ସଂଗ୍ରାମ କରୁଛି। ଜଣେ ପ୍ରକୃତ ଦେଶପ୍ରେମୀ ପରି ସତ୍ୟ, ଅହିଂସା, ସଂଯମତା ଏବଂ ଶାନ୍ତି ପଥ ଅନୁସରଣ କରି ଆଇଦଗତ ଦାବି ପାଇଁ ସରକାରଙ୍କ ଆଗରେ ସ୍ବର ଉତ୍ତୋଳନ କରାଯିବ ।

ABOUT THE AUTHOR

...view details