ଓଡିଶା

odisha

ETV Bharat / bharat

ଆଜି ହିମାଚଳରେ କଂଗ୍ରେସ ବିଧାୟକଙ୍କ ବୈଠକ: ସ୍ଥିର ହେବେ ମୁଖ୍ୟମନ୍ତ୍ରୀ

ନିର୍ବାଚନ ଜିତିବା ପରେ ହିମାଚଳ ପ୍ରଦେଶରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଡାକିଲା କଂଗ୍ରେସ । ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ

ଆଜି ହିମାଚଳରେ କଂଗ୍ରେସ ବିଧାୟକଙ୍କ ବୈଠକ: ସ୍ଥିର ହେବ ମୁଖ୍ୟମନ୍ତ୍ରୀ
ଆଜି ହିମାଚଳରେ କଂଗ୍ରେସ ବିଧାୟକଙ୍କ ବୈଠକ: ସ୍ଥିର ହେବ ମୁଖ୍ୟମନ୍ତ୍ରୀ

By

Published : Dec 9, 2022, 7:06 AM IST

ଶିମଲା: ହିମାଚଳ ପ୍ରଦେଶରେ ବିଜେପିକୁ ହରାଇ ପୁଣି ୫ ବର୍ଷ ପରେ କ୍ଷମତାକୁ ଫେରିଛି କଂଗ୍ରେସ । ବିଧାନସଭା ନିର୍ବାଚନରେ ଦଳ ବହୁମତ ହାସଲ କରି ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ହିମାଚଳରେ ୪୦ ଆସନ ଜିତିଥିବା କଂଗ୍ରେସ ଆଜି ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଡାକିଛି(Congress Himachal MLAs to meet today) । କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସେନେଇ ଏଥିରେ ନିଷ୍ପତ୍ତି ନିଆଯିବ । ଆଜି ଅପରାହ୍ନ ୩ଟା ସମୟରେ ଶିମଲା ସ୍ଥିତ କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନରେ ଏହି ବୈଠକ ବସିବ । ପ୍ରଦେଶ କଂଗ୍ରେସ ଇନଚାର୍ଜ ରାଜୀବ ଶୁକ୍ଲାଙ୍କ ସମେତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଭୂପେଶ ବାଘେଲ ଓ ଭୂପିନ୍ଦର ହୁଡ୍ଡା ମଧ୍ୟ ଏଥିରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

କଂଗ୍ରେସ ହିମାଚଳରେ ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ଅନେକ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ଅନ୍ୟତମ । ହିମାଚଳ ପ୍ରଦେଶ ପିସିସି ସଭାପତି ଥିବା ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସେ ବିଧାନସଭା ସଦସ୍ୟ ନୁହଁନ୍ତି । ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଭା ସିଂହ ପ୍ରତିଦ୍ବନ୍ଦିତା ମଧ୍ୟ କରିନାହାନ୍ତି । ସେ ଏବେ ମଣ୍ଡି ଲୋକସଭା ଆସନରୁ ସାଂସଦ ଅଛନ୍ତି । ତଥାପି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କୁହାଯାଉଛି । ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ଶିମଲା ଗ୍ରାମୀଣ ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି । ତେବେ ସେ ତାଙ୍କ ମାଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ହେଲେ ଏ ଦିଗରେ ଦଳର ହାଇକମାଣ୍ଡ ଓ ନିର୍ବାଚିତ ବିଧାୟକମାନେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Himachal Result: ହିମାଚଳରେ ମଉଳିଲା ପଦ୍ମ, ଉଠିଲା ହାତ

ଏହାବ୍ୟତୀତ ପୂର୍ବତନ ହିମାଚଳ କଂଗ୍ରେସ ମୁଖ୍ୟ ସୁଖବିନ୍ଦର ସିଂହ ସୁଖୁ ଏବଂ ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି । ଗତକାଲି କଂଗ୍ରେସ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦଳ ମୁଖ୍ୟ ନିଷ୍ପତ୍ତି ନେବେ ବୋଲି ରାଜୀବ ଶୁକ୍ଲା ଜଣାଇଛନ୍ତି ।

ABOUT THE AUTHOR

...view details