ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ବାଜି ସାରିଛି ବିଗୁଲ । ଆସନ୍ତା ୩୦ ତାରିଖରେ ପଡ଼ିବ ଭୋଟ । ଏହା ପୂର୍ବରୁ ତେଲେଙ୍ଗାନାବାସୀଙ୍କୁ ୬ ଗ୍ୟାରେଣ୍ଟି ଦେଇଥିବା କଂଗ୍ରେସକୁ ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ପ୍ରତିଶୃତି ପୂରଣ ନ କରିବାରେ କଂଗ୍ରେସ ଇତିହାସ ସୃଷ୍ଟି କରିଛି । କର୍ଣ୍ଣାଟକରେ କଂଗ୍ରେସ ୫ ଗ୍ୟାରେଣ୍ଟି ନେଇ ଘୋଷଣା କରିଥିଲା । ହେଲେ କ୍ଷମତାକୁ ଆସିବା ପରେ ଗରିବ ମେଧାବୀ ଛାତ୍ରଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ବନ୍ଦ କରାଯାଇଥିବା ବେଳେ ଚାଷୀଙ୍କ ନିକଟରେ ପହଞ୍ଚିପାରିନି ବିଦ୍ୟୁତ ସେବା । ଏଭଳି ଢଙ୍ଗରେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି ଓୱେସୀ ।
ଏନେଇ ଓୱେସୀ କହିଛନ୍ତି, " କଂଗ୍ରେସ ଭୋଟରଙ୍କୁ ଧକ୍କା ଦେଇଛି । ଏହା ସର୍ବ ପୁରାତନ ଦଳ ହୋଇଥିଲେ ସୁଦ୍ଧା ଲୋକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ଦେଉଛି । ଯଦି ଭୋଟର ଦଳକୁ ବିପୁଳ ମାତ୍ରାରେ ସମର୍ଥନ କରି ସରକାର ଗଠନ କରିବାରେ ସହାୟକ ହେବେ ତେବେ ସମସ୍ତ ଆବଶ୍ୟକ ଦାବି ପୂରଣ ପାଇଁ ପ୍ରତିଶୃତି ଦେଉଛନ୍ତି । ଏହା ନିର୍ବାଚନୀ ଋତୁ । ସେମାନେ ନିଜ ଇଚ୍ଛା ମୁତାବକ ପ୍ରତିଶୃତି ଦେବେ । ତେବେ ବାସ୍ତବରେ ଏହା ପୂରଣ ହେବ କି ନାହିଁ ତାହା ଅଲଗା କଥା । ଆପଣାନେ କର୍ଣ୍ଣାଟକକୁ ଉଦାହରଣ ଭାବେ ନେଇପାରିବେ । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବା ପରେ ଗରିବ ମେଧାବୀ ଛାତ୍ରଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ ପରେ ଚାଷୀଙ୍କ ନିକଟରେ ପହଞ୍ଚୁନି ବିଦ୍ୟୁତ ସେବା । କଂଗ୍ରେସ କେବେ ହେଲେ ନିଜ ପ୍ରତିଶୃତି ପୂରଣ କରେନି । ସେମାନେ କ୍ଷମତା ପାଇଁ ପ୍ରତିଶୃତି ଦିଅନ୍ତି, ଯେଉଁଥିରେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ।"
ଏହା ବି ପଢନ୍ତୁ- ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଆରଏସ-କଂଗ୍ରେସ-ବିଜେପି ମଧ୍ୟରେ ମେଗା ବ୍ୟାଟେଲ