ଓଡିଶା

odisha

ETV Bharat / bharat

ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ - କଂଗ୍ରେସକୁ ପ୍ରଧାନମନ୍ତ୍ରୀ ଟାର୍ଗେଟ

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 5 ବର୍ଷରେ ରାଜ୍ୟରେ କଂଗ୍ରେସ ସରକାର ରାଜସ୍ଥାନକୁ ବର୍ବାଦ କରି ଦେଇଛି । ଅପରାଧ ତାଲିକାରେ ରାଜ୍ୟ ପ୍ରଥମ ସ୍ଥାନରେ ଆସିବା ମୋତେ ପୀଡ଼ା ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi Targets Congress
ରାଜସ୍ଥାନରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ଟାର୍ଗେଟ

By ETV Bharat Odisha Team

Published : Oct 2, 2023, 2:03 PM IST

Updated : Oct 2, 2023, 3:09 PM IST

ଜୟପୁର(ରାଜସ୍ଥାନ):ରାଜସ୍ଥାନକୁ ଲୁଟିବାକୁ କଂଗ୍ରେସ ପଛରେ ନାହିଁ । ଗତ 5 ବର୍ଷରେ ରାଜ୍ୟରେ କଂଗ୍ରେସ ସରକାର ରାଜସ୍ଥାନକୁ ବର୍ବାଦ କରି ଦେଇଛି । ଯେବେ ଅପରାଧ ତାଲିକାରେ ରାଜ୍ୟ ଶୀର୍ଷରେ ଆସେ ତାହା ମୋତେ ଯନ୍ତ୍ରଣା ଦିଏ । ରାଜସ୍ଥାନରେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ହେଉଥିବା ଦେଖିବାକୁ ମିଳିଛି । ରାଜସ୍ଥାନବାସୀଙ୍କୁ ଭ୍ରମରେ ପକାଇ କଂଗ୍ରେସ ଏଠି ସରକାର ତ ଗଠନ କରିନେଲା ମାତ୍ର ସରକାର ଚଳାଇପାରିନାହିଁ । ରାଜ୍ୟକୁ ଲୁଟିବାକୁ କଂଗ୍ରେସ କୌଣସି ପ୍ରୟାସରେ କମି କରିନାହିଁ । କଣ ଏଥିପାଇଁ ତୁମେ କଂଗ୍ରେସକୁ ଭୋଟ ଦେଇଥିଲେ । ରାଜସ୍ଥାନ ଆହ୍ବାନ କରି ଦେଇଛି ରାଜସ୍ଥାନକୁ ବଞ୍ଚାଇବା ଓ ଭାଜପା ସରକାରଙ୍କୁ ଆଣିବା । ସମଗ୍ର ରାଜସ୍ଥାନ କଣ ଭାବୁଛି ତାହା ଆଜି ଚିତ୍ତୋଡ଼ଗଡରେ ସଫା ସଫା ଦେଖା ଯାଉଛି । ରାଜସ୍ଥାନରେ କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, "ରାଜସ୍ଥାନ ଆଜି ବଡ଼ ବିଶ୍ବାସର କହୁଛି ଭାଜପା ସରକାର ଆସିବେ ଗୁଣ୍ଡାଗର୍ଦ୍ଦି ଯିବ । ବିଜେପି ଆସିବ ଦଙ୍ଗା ଅଟକାଇବ, ବିଜେପି ଆସିବ ପଥରମାଡ଼ କମିବ, ଭାଜପା ଆସିବ ଅସାଧୁତା ବନ୍ଦ ହେବ ମହିଳା ସୁରକ୍ଷିତ ହେବେ । ବିଜେପି ଆସିବ ରୋଜଗାର ଆଣିବ । ବିଜେପି ଆସିବ ରାଜସ୍ଥାନକୁ ସମୃଦ୍ଧ କରିବ । ଲୋକଙ୍କର ଏହି ସନ୍ଦେଶ କଂଗ୍ରେସ ନେତାଙ୍କ ପାଖରେ ପହଞ୍ଚି ସାରିଛି । ରାଜସ୍ଥାନ ଯୁବଗୋଷ୍ଠୀଙ୍କ ସହ ହୋଇଥିବା ଧୋକାର ମୂଳକୁ ଯିବ । ଏଠାରେ ପେପର ଲିକ୍‌ ମାଫିଆଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ । ପାତାଳକୁ ଯାଇ ତାଙ୍କ ହିସାବ ନିଆଯିବ ଏହା ମୁଁ ଗ୍ୟାରେଣ୍ଟି ଦେଉଛି । ମୁଁ ସମସ୍ତଙ୍କୁ ଭରସା ଦେଉଛି ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳିଥିବା ପେପର ଲିକ ମାଫିଆଙ୍କୁ ଦଣ୍ଡ ଦିଆଯିବ । ଯେଉଁ ସରକାର ଜନତାଙ୍କ ସୁରକ୍ଷା କରିପାରୁ ନାହିଁ ତାକୁ ହଟାଇବାର ଆବଶ୍ୟକତା ରହିଛି । କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଚିନ୍ତା କରିଥାଏ ।"

କଂଗ୍ରେସ ସରକାରର ଫେରୱେଲ କାଉଣ୍ଟଡାଉନ ଆରମ୍ଭ :ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ଜନତାଙ୍କ ସନ୍ଦେଶ କଂଗ୍ରେସ ନେତାଙ୍କ ପାଖରେ ପହଞ୍ଚି ସାରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟଙ୍କୁ ଏହା ନିଶ୍ଚିନ୍ତ ଜଣା ଅଛି କି କଂଗ୍ରେସ ସରକାରର ବିଦାୟର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏହାର ମୋ ପାଖରେ ପ୍ରମାଣ ରହିଛି । ଖୁବଶୀଘ୍ର ଗେହଲୋଟ ଜୀଙ୍କ ସରକାର ବିଦାୟ ନେଉଛନ୍ତି । ତେଣୁ ସେ ଭାଜପା ସରକାରକୁ ଏକପ୍ରକାର ଶୁଭେଚ୍ଛା ଦେଇ ସାରିଛନ୍ତି । କଂଗ୍ରେସର ମୁଖ୍ୟମନ୍ତ୍ରୀ ଆଜିକାଲି ଅନୁରୋଧ କରୁଛନ୍ତି ଭାଜପା ସରକାର ହେବା ପରେ ତାଙ୍କ ଯୋଜନାକୁ ବନ୍ଦ କରାନଯାଉ । ଗେହେଲଟ ଜୀ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି ଆମର ସରକାର ଗଠନ ହେବ ଏହାକୁ ସାର୍ବଜନୀନ କରିଛ ତେଣୁ ତୁମକୁ ଧନ୍ୟବାଦ । ମୁଁ ରାଜସ୍ଥାନ ଜନତାଙ୍କୁ ବିଶ୍ବାସ ଦେଉଛି ଗେହେଲଟ ଜୀ ଯୋଜନା ଆରମ୍ଭ କରିଛନ୍ତି ହେଲେ ଜନହିତର ସମସ୍ତ ଯୋଜନାକୁ ଭାଜପା ସରକାର କେବେ ଅଟକାଇବ ନାହିଁ ଏହାକୁ ଉନ୍ନତ କରିବାକୁ ପ୍ରୟାସ କରିବ । ରାଜସ୍ଥାନ ମୁଖ୍ୟ ଅଶୋକ ଗେହେଲଟ ତାଙ୍କ ଆସନ ବଞ୍ଚାଇବାକୁ ପ୍ରୟାସ କରୁଥିଲେ ଓ ଅଧା କଂଗ୍ରେସ ତାଙ୍କୁ ଆସନରୁ ହଟାଇବାକୁ ଲାଗିଥିଲା । ଜନତାଙ୍କ କଥା ନଭାବି ପରସ୍ପର ସହ ଲଢେଇ କରିବାରେ ବ୍ୟସ୍ତ ଥିଲେ । 5 ବର୍ଷ ରାଜସ୍ଥାନରେ କଂଗ୍ରେସକୁ କେବଳ ଲୁଟିଛି । ପ୍ରତି ଦୁର୍ନୀତିଖୋର, ଗୁଣ୍ଡା, ଅତ୍ୟାଚାରୀ, କଂଗ୍ରେସ ନେତା ନିଜକୁ ରାଜସ୍ଥାନ ସରକାର ଭାବି ନେଇଛି । ରାଜସ୍ଥାନରେ ଏପରି ସରକାର ଗୋଟିଏ ଦିନ ରହିବା ଦରକାର ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ 8 ଦିନ ଭିତରେ ଦୁଇ ଥର ରାଜସ୍ଥାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଗସ୍ତ କରି ରାଜ୍ୟବାସୀଙ୍କୁ 7 ହଜାର 200କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ସହିତ ଜନସଭାକୁ ସମ୍ବୋଧିତ କରିଥିଲେ ।

Last Updated : Oct 2, 2023, 3:09 PM IST

ABOUT THE AUTHOR

...view details