ଓଡିଶା

odisha

By ETV Bharat Odisha Team

Published : Sep 5, 2023, 9:30 AM IST

Updated : Sep 5, 2023, 9:48 AM IST

ETV Bharat / bharat

Congress Election Committee: କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କଲେ ଖଡ୍‌ଗେ

୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କଲେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍‌ଗେ । ଅଧିକ ପଢ଼ନ୍ତୁ

କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କଲେ ଖଡ୍‌ଗେ
କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କଲେ ଖଡ୍‌ଗେ

ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ଓ ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛି । ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି । ଏହି କମିଟିରେ ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ଖଡ୍‌ଗେଙ୍କ ବ୍ୟତୀତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅମ୍ବିକା ସୋନି, ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସୀଦ, ତେଲେଙ୍ଗାନା ସାଂସଦ ଉତ୍ତମ କୁମାର ରେଡ୍ଡୀ, କର୍ଣ୍ଣାଟକ ମନ୍ତ୍ରୀ କେକେ ଜର୍ଜ, ପ୍ରୀତମ ସିଂହ, ବିହାର ସାଂସଦ ମହମ୍ମଦ ଜାୱେଦ ପ୍ରମୁଖ କମିଟିର ସଦସ୍ୟ ଅଛନ୍ତି ।

ଅନ୍ୟମାନଙ୍କ ଛତିଶଗଡର ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରାଜ୍ୟସଭା ସାଂସଦ ଅମି ୟାଜନିକ, ମଧ୍ୟପ୍ରଦେଶ କଂଗ୍ରେସ ନେତା ଓମ୍‌କାର ମରକମ, ପୂର୍ବତନ ସାଂସଦ ପିଏଲ ପୁନିଆ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସ୍ଥାନ ପାଇଛନ୍ତି । ତେବେ ଏଥିରୁ ଦଳର ଅନେକ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି । ଏକ ଆଣ୍ଟୋନି, ଜନାର୍ଦ୍ଦନ ଦ୍ବିବେଦୀ, ଏମ୍ ବୀରପ୍ପା ମୋଇଲି ଏବଂ ୯୦ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ନିର୍ବାଚନ କମିଟିରୁ ବାଦ୍ ପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Parliament's special session: 5ରେ ‘ଇଣ୍ଡିଆ’ ମେଣ୍ଟ ସାଂସଦଙ୍କ ବୈଠକ ଡାକିଲେ ଖଡଗେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ଇଣ୍ଡିଆ ମେଣ୍ଟର ବୈଠକ ଡାକିଛନ୍ତି । ମେଣ୍ଟର ସମସ୍ତ ସହଯୋଗୀ ଦଳର ସାଂସଦମାନେ ଖଡଗେଙ୍କ ନେତୃତ୍ବରେ ଏକାଠି ହେବେ । ସଂସଦ ଅଧିବେଶନରେ କେନ୍ଦ୍ର ସରକାର କୌଣସି ଏଜେଣ୍ଡା ସ୍ଥିର କରିନଥିବା ବେଳେ ଏନେଇ ବିରୋଧୀ ମେଣ୍ଟର କ'ଣ ଭୂମିକା ରହିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ ।

ଏହାମଧ୍ୟ ପଢନ୍ତୁ : Assembly Bypolls: ଆଜି ୭ ବିଧାନସଭା ଆସନରେ ଉପନିର୍ବାଚନ

ଏହାମଧ୍ୟ ପଢନ୍ତୁ : ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ ଥିବା କହିଲା ବିଜେପି, ଜବାବ ଦେଲା କଂଗ୍ରେସ

ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏନେଇ କୌଣସି ଏଜେଣ୍ଡା ପ୍ରକାଶ କରାଯାଇଛି । ତେବେ ଏହି ୫ ଦିନିଆ ଅଧିବେଶନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Last Updated : Sep 5, 2023, 9:48 AM IST

ABOUT THE AUTHOR

...view details