ଓଡିଶା

odisha

ETV Bharat / bharat

କୋରୋନାରେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ

ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ସମରଗଞ୍ଜର କଂଗ୍ରେସ ପ୍ରାର୍ଥୀ ରେଜୁଲ ହକ୍ ଙ୍କ ଆଜି (ଗୁରୁବାର) ଦେହାନ୍ତ ହୋଇଛି। ଅଧିକ ପଢନ୍ତୁ...

By

Published : Apr 15, 2021, 2:18 PM IST

Updated : Apr 15, 2021, 4:53 PM IST

କୋରୋନାରେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ
କୋରୋନାରେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ

କୋଲକାତା: କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ କଂଗ୍ରେସ ପ୍ରାର୍ଥୀ । ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ସମରଗଞ୍ଜର କଂଗ୍ରେସ ପ୍ରାର୍ଥୀ ରେଜୁଲ ହକ୍ ଙ୍କ ଆଜି(ଗୁରୁବାର) ଦେହାନ୍ତ ହୋଇଛି।

ଗତ ମଙ୍ଗଳବାର, ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କୋରାନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଚିକିତ୍ସା ଚାଲିଥିବାବେଳେ ଗତକାଲି (ବୁଧବାର) ତାଙ୍କୁ ଏକ ସରକାରୀ ଡାକ୍ତରଖାନାରକୁ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ଗୁରୁବାର ସକାଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ସଭାପତି ଆଧୀର ଚୌଧୁରୀ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2021, 4:53 PM IST

ABOUT THE AUTHOR

...view details