ଅମରାବତୀ: ଆନ୍ଧ୍ରର ବହୁ ପ୍ରତୀକ୍ଷିତ ପୋଲାଭରମ୍ ପ୍ରକଳ୍ପର କାମ 2021 ଡିସେମ୍ବର ସୁଦ୍ଧା ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ । ଏହାସହ ପ୍ରକଳ୍ପ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ 100 ଫୁଟ୍ ଉଚ୍ଚର ଏକ ପ୍ରତିମୂର୍ତ୍ତୀ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ସେ ଜଣାଇଛନ୍ତି ।
ରାଜ୍ୟ ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପ ଉପରେ ଆଲୋଚନା ସମୟରେ ଜଗନ ଏପରି କହିଛନ୍ତି । ପୂର୍ବର ଟିଡିପି ସରକାର ପ୍ରକଳ୍ପକୁ ବିଳମ୍ବିତ କରିଥିବା ନେଇ କହିବା ସହ ଉଚ୍ଚତା କମାଯାଇ 45.72 ମିଟର ରହିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେହିପରି 2022 ମସିହା ଖରିଫ୍ ଋତୁରେ ହିଁ ଚାଷୀମାନେ ପ୍ରକଳ୍ପରୁ ଜଳସେଚନର ସୁବିଧା ପାଇବେ ବୋଲି ଜଗନ ଗୃହରେ ଜଣାଇଛନ୍ତି ।