ନୂଆଦିଲ୍ଲୀ:ବଜେଟ ଉପସ୍ଥାପନ ପୂର୍ବରୁ କମିଲା କର୍ମସିଆଲ LPG ଗ୍ୟାସଦର । ଆଜିଠାରୁ 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ 91.50 ଟଙ୍କା ହ୍ରାସ ପାଇବ । ଆଜିଠାରୁ ଦିଲ୍ଲୀରେ ଏହା 1907 ଟଙ୍କାରେ ଉପଲବ୍ଧ ହେବ । ମୂଲ୍ୟହ୍ରାସ ଫଳରେ ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଭ ମିଳିବ ।
ଗତମାସ (ଜାନୁଆରୀ) 1 ରେ ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ କର୍ମସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ 102.50 ଟଙ୍କା ହ୍ରାସ ପାଇ 1998.50 ଟଙ୍କାକୁ ଖସିଥିଲା । ତେବେ ଅନ୍ୟପଟେ ଘରୋଇ ଜାଳେଣି କ୍ଷେତ୍ରରେ ବ୍ୟବହାର ହେଉଥିବା ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।