ଓଡିଶା

odisha

ETV Bharat / bharat

ପଢାରେ ବାଧକ ସାଜିଲା ଅଭାବ, ପାଟିରେ ବୋମା ଫୁଟାଇ ଜୀବନ ହାରିଲେ ଛାତ୍ର

ମଧ୍ୟପ୍ରଦେଶ ଶୋପୁର ଜିଲ୍ଲାରେ ଅଭାବନୀୟ ଘଟଣା । ପାଟିରେ ବୋମା ଫୁଟାଇ ଜୀବନ ହାରିଲେ ଛାତ୍ର । ଅଧିକ ପଢ଼ନ୍ତୁ

By

Published : Apr 23, 2023, 10:07 PM IST

student commits suicide by twine bomb
ପାଟିରେ ବୋମା ଫୁଟାଇ ଜୀବନ ହାରିଲେ ଛାତ୍ର

ଭୋପାଳ: ନିଜ ପାଟିରେ ବୋମା ଫୁଟାଇ ଜୀବନ ହାରିଲେ ଛାତ୍ର । ମଧ୍ୟପ୍ରଦେଶ ଶୋପୁର ଜିଲ୍ଲାରେ ଅଭାବନୀୟ ଘଟଣା । ଛାତ୍ର ଜଣଙ୍କ ହେଉଛନ୍ତି ୨୪ ବର୍ଷୀୟ ବ୍ରୁଜେଶ ଓରଫ ଗୋଲୁ । ବ୍ରୁଜେଶ ସହରରେ ପାଠ ପଢ଼ିବା ପାଇଁ ଚାହୁଁଥିଲେ । ହେଲେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ କଲେଜରେ ନାମ ଲେଖାଇ ପାରିଲେ ନାହିଁ । ମାନସିକ ଚାପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୨୪ ବର୍ଷୀୟ ଗୋଲୁ ବିଏସସି ଶେଷ ବର୍ଷର ଛାତ୍ର ଥିଲେ । ରବିବାର ଅପରାହ୍ନରେ ଗୋଲୁଙ୍କ ଘରୁ ବୋମା ଶବ୍ଦ ଶୁଭିଥିଲା । ବୋମାର ଶବ୍ଦ ଏତେ ଜୋରରେ ଶୁଭିଥିଲା ଯେ, ଆଖପାଖ ଅଞ୍ଚଳର ଲୋକେ ଏକାଠି ହୋଇଯାଇଥିଲେ । ଘରର ଶୌଚାଳୟରୁ ଏହି ଶବ୍ଦ ଶୁଭିଥିଲା । କିନ୍ତୁ ଭିତର ପଟୁ ଘରର କବାଟ ବନ୍ଦ ଥିଲା । କବାଟ ଖୋଲିବା ପରେ ରକ୍ତାକ୍ତ ଅବସ୍ଥାରେ ଗୋଲୁ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ସେଠାରେ ଗୋଲୁଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ଥାନୀୟ ପୋଡ଼ୋଶୀଙ୍କ କହିବା ଅନୁଯାୟୀ, ଗୋଲୁ ଜଣେ ଭଲ ଛାତ୍ର ଥିଲେ । ଦୁଇ ଭାଇ ବହୁତ ଭଲ ପାଠ ପଢୁଥିଲେ । ବିନା କୋଚିଂରେ ସେ ଅଧ୍ୟୟନ କରୁଥିଲେ । ତଥାପି ସ୍କୁଲ ଏବଂ କଲେଜରେ ସର୍ବୋଚ୍ଚ ମାର୍କ ରଖି ସଫଳତା ପାଉଥିଲେ । ଗତ କିଛି ଦିନ ହେବ ଗୋଲୁ ମାନସିକ ଚାପରେ ରହୁଥିଲ । ବଡ଼ ସହରରେ ଯାଇ ବଡ଼ କଲେଜରେ ପାଠ ପଢ଼ିବାକୁ ତାଙ୍କର ଇଚ୍ଛା ଥିଲା । ହେଲେ ଘରର ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନଥିଲା । କିଛି ଦିନରୁ ଗୋଲୁଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା । କାହା ସହ କଥାବର୍ତ୍ତା କରୁନଥିଲେ ଏବଂ ହଠାତ ନିଜ ଜୀବନ ହାରିଦେଲେ । ଶୋପୁର ଜିଲ୍ଲା ଡାକ୍ତରଖାନାର ସର୍ଜନ କହିଛନ୍ତି ଯେ, ପାଟିରେ ଯୁଗ୍ମ ବୋମା ଫାଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ପାଟିରେ ଦୁଇଟି ବୋମା ଫାଟିବା ଚିହ୍ନ ବ୍ୟବଚ୍ଛେଦ ରିପୋର୍ଟରେ ଜଣା ପଡ଼ିଛି । ବୋମା ଫାଟିବା ଯୋଗୁଁ ପାଟି, ନାକ, ଗଳା ଏବଂ ଏହାର ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ କୋତବାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details