ଓଡିଶା

odisha

ETV Bharat / bharat

ଗୁଜୁରାଟ ଉପକୂଳରୁ ବୁଡ଼ି ଯାଉଥିବା ଜାହାଜରୁ 12 କ୍ରିୟୁ ସଦସ୍ୟ ଉଦ୍ଧାର - ଆରବ ସାଗର

ଗୁଜୁରାଟ ଉପକୂଳରୁ ଦୂରରେ ଆରବ ସାଗରରେ ବୁଡ଼ି ଯାଉଥିବା ଜାହାଜରୁ 12 ଜଣ କ୍ରିୟୁ ସଦସ୍ୟ ଉଦ୍ଧାର । ସମସ୍ତେ ଭାରତୀୟ ଥିବା ସୂଚନା । ଅଧିକ ପଢ଼ନ୍ତୁ

indian coast guard
ଭାରତୀୟ ତଟରକ୍ଷୀ ବାହିନୀ

By

Published : Jan 2, 2023, 10:17 AM IST

ଗାନ୍ଧୀନଗର:ଆରବ ସାଗରରେ ବୁଡ଼ି ଯାଉଥିବା ସପ୍ଲାଇ ସିପ୍‌ରୁ (Motorised supply vehicle) 12 ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ଗୁଜୁରାଟ ଉପକୂଳରୁ ଦୂରରେ ଏହି ଜାହାଜଟି ବୁଡ଼ି ଯାଉଥିଲା । ଏନେଇ ରବିବାର ଭାରତୀୟ କୋଷ୍ଟଗାର୍ଡ (ICG) ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ 12 ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର ପରେ ଏମ୍‌ଏସ୍‌ଭି ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Suryanagari Express Derailed: ଟ୍ରାକରୁ ଖସିଲା ୧୨ ବଗି, 20ରୁ ଊର୍ଦ୍ଧ୍ବ ଆହତ

ତଟରକ୍ଷୀ ବାହିନୀ ସୂଚନା ଅନୁଯାୟୀ, ଶନିବାର ଦିନ 11ଟା ସମୟରେ ମୁମ୍ବାଇ ଆଇସିଜିଙ୍କ ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର (MRCC) ସଂକଟ ସନ୍ଦେଶ ମିଳିଥିଲା । ମେକାନିକାଲ ସପ୍ଲାଇ ଭିସେଲରେ ପାଣି ଭରିବା ଯୋଗୁଁ ବୁଡୁଥିବାର ସୂଚନା ମିଳିଥିଲା । ଏହାପରେ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସୂଚନା ମିଳିବା ପରେ ଏମଆରସିସି କ୍ଷେତ୍ରରେ ଥିବା ସମସ୍ତ ଜାହାକୁ ସତର୍କ କରିବା ସହ ପୋରବନ୍ଦର ମେରିନ ରେସ୍କ୍ୟୁ ସବ ସେଣ୍ଟର ସହ ସମନ୍ବୟ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ:Demonetisation Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ, ଆଜି ଆସିବ ସୁପ୍ରିମ ରାୟ

ଜାହାଜକୁ ତୁରନ୍ତ ସହାୟତା କରିବା ପାଇଁ ମୋଟର ଟ୍ୟାଙ୍କ (MT) ପଠାଯାଇଥିଲା । ତେବେ ଜାହାଜ ବୁଡ଼ିବା ପୂର୍ବରୁ ସମସ୍ତ 12 ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାପରେ ଏମଟି ସିରେଞ୍ଜର (MT Searanger)ରୁ ଆଇସିଜି ଜାହାଜକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଭାଦିନାର ବନ୍ଦରକୁ ଅଣାଯାଇଥିଲା । ତେବେ ଉଦ୍ଧାର କ୍ରିୟୁ ସଦସ୍ୟ ଭାରତୀୟ ଅଟନ୍ତି (all Indian nationals) । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଏମ୍‌ଏସ୍‌ଭି ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

ABOUT THE AUTHOR

...view details