ଓଡିଶା

odisha

ETV Bharat / bharat

ୟୁପି ଉପନିର୍ବାଚନ: କୋରୋନା ସତର୍କତା ସହ ଭୋଟ ଦେବାକୁ ଅପିଲ କଲେ ସିଏମ ଯୋଗୀ

ୟୁପିର 7ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ନିର୍ବାଚନ ଚାଲିଛି । ଏନେଇ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ୟୁପି ବାସୀଙ୍କୁ କୋରୋନା ଗାଇଡଲାଇନସ ମାନି ଭୋଟ ଦେବାକୁ କହିଛନ୍ତି । ଅଧିକ ପଢନ୍ତୁ...

By

Published : Nov 3, 2020, 12:10 PM IST

ୟୁପି ଉପନିର୍ବାଚନ: ସିଏମ ଯୋଗୀ କୋରୋନା ସତର୍କତା ଅବଲମ୍ବନ କରି ଭୋଟ ଦେବାକୁ କଲେ ଅପିଲ
ୟୁପି ଉପନିର୍ବାଚନ: ସିଏମ ଯୋଗୀ କୋରୋନା ସତର୍କତା ଅବଲମ୍ବନ କରି ଭୋଟ ଦେବାକୁ କଲେ ଅପିଲ

ଲକ୍ଷ୍ନୌ: ଆଜି ୟୁପିର 7ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ନିର୍ବାଚନ ଚାଲିଛି । ଏନେଇ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ବୁଥ୍‌କୁ ଯାଇ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ଟ୍ବିଟ କରି କହିଛନ୍ତି ।

ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଉତ୍ତରପ୍ରଦେଶର 07 ବିଧାନସଭା ସିଟ୍‌ରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତେ କୋଭିଡ କଟକଣା ମାନି ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଲୋକତନ୍ତ୍ର ଜିତିବ, କୋରୋନା ହାରିବ ।

ଆଜି ସାରାଦେଶରେ 10ଟି ରାଜ୍ୟରେ 54 ବିଧାନସଭା ସିଟ୍‌ ମତଦାନ ଆରମ୍ଭ ହୋଇଯାଇଛି ।

ABOUT THE AUTHOR

...view details