ଓଡିଶା

odisha

By

Published : Feb 15, 2021, 12:20 PM IST

ETV Bharat / bharat

ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ ରୁପାନୀ, ରହିବେ 24 ଘଣ୍ଟିଆ ନୀରିକ୍ଷଣରେ

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ବାସ୍ଥ୍ୟଅବସ୍ଥା ଠିକ୍ ଅଛି । ଏନେଇ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କୁ 24 ଘଣ୍ଟିଆ ନୀରିକ୍ଷଣରେ ରଖାଯାଇଛି । ଅଧିକ ପଢନ୍ତୁ...

ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ ରୁପାନୀ, ରହିବେ 24 ଘଣ୍ଟିଆ ନୀରିକ୍ଷଣରେ
ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ ରୁପାନୀ, ରହିବେ 24 ଘଣ୍ଟିଆ ନୀରିକ୍ଷଣରେ

ଗାନ୍ଧୀନଗର:ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ବର୍ତ୍ତମାନ ତାଙ୍କୁ 24 ଘଣ୍ଟା ପାଇଁ ଅବଜରଭେସନରେ ରଖାଯାଇଛି ବୋଲି ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଅହମ୍ମଦାବାଦ ଡାକ୍ତରଖାନାର ନିର୍ଦ୍ଦେଶକ ଆର.କେ ପଟେଲ ଗଣମାଧ୍ୟମକୁ ରିପୋର୍ଟ ଦେଇ କହିଛନ୍ତି,'ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ଅବସ୍ଥା ସ୍ଥିର ରହିଛି। ଇଜିସି ଏବଂ ସିଟି ସ୍କାନ ସମେତ ତାଙ୍କର ସମସ୍ତ ଡାକ୍ତରୀ ଯାଞ୍ଚ ରିପୋର୍ଟ ସ୍ବାଭାବିକ। ତେଣୁ ଚିନ୍ତା କରିବାର କିଛି ନାହିଁ। ତାଙ୍କୁ କେବଳ ପର୍ଯ୍ୟବେକ୍ଷଣ ପାଇଁ ଡାକ୍ତରଖାନାରେ 24 ଘଣ୍ଟା ରଖାଯିବ।’

ସେହିପରି ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଗଣମାଧ୍ୟମକୁ କହିଛନ୍ତି ‘ଭଦୋଦରାଠାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ସମୟରେ ରୂପାନି ମଞ୍ଚରେ ଅଚେତ ହୋଇଥିଲେ। ତାଙ୍କୁ ଅହମ୍ମଦାବାଦକୁ ଅଣାଯାଇ ମେଡିକାଲ ଚିକିତ୍ସା ପାଇଁ ମେହେତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ’

ସୂଚନା ଥାଉକି, ଗତକାଲି ଭଦୋଦରରାରେ ଆୟୋଜିତ ଏକ ବୈଠକରେ ଅଧାରୁ ଅଚେତ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ନିମ୍ନ ରକ୍ତଚାପ ଯୋଗୁଁ ଏପରି ହୋଇଥିବା କୁହାଯାଉଛି ।

ABOUT THE AUTHOR

...view details