ଓଡିଶା

odisha

ETV Bharat / bharat

Maharashtra Politics: ମହାରାଷ୍ଟ୍ରରେ ଟ୍ରିପଲ ସରକାର, ବିକାଶ ଦୌଡ଼ିବ କହିଲେ ସିନ୍ଦେ

ମହାରାଷ୍ଟ୍ରରେ ଆସିଲା ଟ୍ରିପଲ ସରକାର । ଏବେ ରାଜ୍ୟରେ ବିକାଶ କାର୍ଯ୍ୟ ବୁଲେଟ ଟ୍ରେନ ବେଗରେ ଦୌଡ଼ିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅଧିକ ପଢନ୍ତୁ

By

Published : Jul 2, 2023, 9:28 PM IST

Maharashtra Politics
Maharashtra Politics

ବିକାଶ ଦୌଡ଼ିବ କହିଲେ ସିନ୍ଦେ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଶକ୍ତ ଝଟକା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୁତୁରା ଅଜିତ ପାୱାର । ନାଟକୀୟ ଢଙ୍ଗରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସାମିଲ ହେବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅଜିତଙ୍କ ଯୋଗଦାନ ପରେ ଏବେ ମହାରାଷ୍ଟ୍ରରେ ଟ୍ରିପଲ ସରକାର ଆସିଛି । ରାଜ୍ୟରେ ବିକାଶ ଗାଡ଼ି ବୁଲେଟ ଟ୍ରେନ ବେଗରେ ଦୌଡ଼ିବ ବୋଲି କହିଛନ୍ତି ସିନ୍ଦେ ।

ଅଜିତ ପାୱାର ଏନଡିଏ ସରକାର ସହିତ ସାମିଲ ହୋଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ମଧ୍ୟ କରିଛନ୍ତି । ଏହାପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, " ଏବେ ଆମ ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଓ 2 ଜଣ ଉପମୁଖ୍ୟମନ୍ତ୍ରୀ (ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ) ରହିଛନ୍ତି । ମୋଦି ସରକାରଙ୍କ ଡବଲ ଇଞ୍ଜିନ ସରକାର ଏବେ ଟ୍ରିପଲ ସରକାରରେ ପରିଣତ ହୋଇଛି । ମହାରାଷ୍ଟ୍ରର ବିକାଶ ଲାଗି ମୁଁ ଅଜିତ ପାୱାର ଓ ତାଙ୍କ ନେତାଙ୍କୁ ସ୍ବାଗତ କରୁଛି । ଏବେ ଏହି ସରକାର ବୁଲେଟ ଟ୍ରେନ ବେଗରେ କାର୍ଯ୍ୟ କରିବ । "

ଏହା ବି ପଢନ୍ତୁ- ଅଜିତ ପାଓ୍ବାରଙ୍କ ବିଦ୍ରୋହ: ପାର୍ଟିର ପୁନଃନିର୍ମାଣ କରି ଦେଖାଇବି କହିଲେ ଶରଦ

ମୁଖ୍ୟମନ୍ତ୍ରୀ ସିନ୍ଦେ ଆହୁରି କହିଛନ୍ତି, "କ୍ୟାବିନେଟ ସମ୍ପ୍ରସାରଣ ନେଇ ଏବେ ଅନେକ ସମୟ ରହିଛି । ଆମେ ସମସ୍ତେ ମହାରାଷ୍ଟ୍ରର ବିକାଶ କରିବା ଲାଗି ଏକାଠି ହୋଇଛୁ । ବିରୋଧୀମାନଙ୍କ ନିକଟରେ ଏବେ କିଛି ଆସନ ରହିଛି । ଆଗାମୀ ଲୋକସଭା ନିର୍ବାଚନରେ ସେହି ଆସନଗୁଡ଼ିକ ହୁଏତ ସେମାନଙ୍କ ହାତରୁ ଚାଲିଯାଇପାରେ । ଯେତେବେଳେ କୌଣସି ଦଳ ନିଜ ବରିଷ୍ଠ ନେତାଙ୍କୁ ଅଣଦେଖା କରେ, ସେତେବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ ।"

ଏହା ବି ପଢନ୍ତୁ- Maharashtra politics: ‘ଆମ ସହ ପୁରା NCP ରହିଛି, ଦଳର ନାମ ଓ ଚିହ୍ନ ଆମର ’

ଅଜିତ ପାୱାରଙ୍କ ଏହି ପଦକ୍ଷେପ ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । NCPର ବରିଷ୍ଠ ନେତା ଅଜିତ ପାୱାର ନିଜ ସମର୍ଥକ ତଥା 30 ବିଧାୟକଙ୍କ ସହିତ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଏହାପରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ଏନେଇ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଦୀପକ କେସାରକାର କହିଛନ୍ତି, "ଅଜିତ ପାୱାର ଜଣେ ଭଲ ପ୍ରଶାସକ । ମୁଁ ତାଙ୍କୁ ପୂର୍ବରୁ କହିଥିଲି ଆମ ସହିତ ସାମିଲ ହେବା ଲାଗି, ଆଜି ସେ ତାହା କରି ଦେଖାଇଛନ୍ତି । "

ଅନ୍ୟପଟେ ଶିବସେନା ନେତା ଉଦୟ ସାମନ୍ତ କହିଛନ୍ତି, "ଅଜିତ ପାୱାର ଆମ ମେଣ୍ଟ ସହିତ ସାମିଲ ହୋଇଛନ୍ତି । ଏବେ ଆମେ 170ରୁ 210ରେ ପହଞ୍ଚିଛୁ । ଏନସିପିର 40 ଜଣ ବିଧାୟକ ଆମ ସହ ସାମିଲ ହୋଇଛନ୍ତି ।" ଅଜିତଙ୍କ ଏହି ଷ୍ଟାଣ୍ଡ ପରେ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । 80 ଦଶକରେ କିଛି ନେତା ଦଳ ଛାଡିବା ପରେ ସେ ପାର୍ଟିର ପୁନର୍ଗଠନ କରିଥିଲେ । ପୁଣି ଥରେ ସେ ଦଳ ଗଠନ କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details