ଓଡିଶା

odisha

ETV Bharat / bharat

Bihar Politics: ସତ ହେବ କି ଅଠାୱାଲେଙ୍କ ବାଣୀ ! ବିଧାୟକ-ସାଂସଦଙ୍କୁ ପୁଣି ଡାକିଲେ ନୀତିଶ

ବିଧାୟକ ଓ ସାଂସଦଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନଘନ ବୈଠକ । ତେବେ ସତ ହେବ କି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବାଣୀ ? ଅଧିକ ପଢନ୍ତୁ

Bihar Politics
Bihar Politics

By

Published : Jul 30, 2023, 10:55 PM IST

ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେଉଁ ମୁହୂର୍ତ୍ତରେ ବି NDA ସହିତ ମିଶିପାରନ୍ତି । କାରଣ ସେ ବିରୋଧୀ ମହାମେଣ୍ଟର 'ଇଣ୍ଡିଆ' ନାମକୁ ନେଇ ଖୁସି ନାହାନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଏହି ବୟାନର ଗୋଟିଏ ଦିନ ପରେ ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ପୁଣି ନିଜ ସାଂସଦ ଓ ବିଧାୟକଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ନୀତିଶ । ଏହି ସମୟରେ ପ୍ରଶ୍ନ ଉଠିଛି ଯେ, କଣ ସତରେ ଅଠାୱାଲେଙ୍କ ବାଣୀ ସତ ହେବ ? ନୀତିଶ କୁମାର ପୁଣି ବିଜେପି ନେତୃତ୍ବାଧୀନ NDAରେ ସାମିଲ ହେବେନି ତ ?

ରାମଦାସ ଅଠାୱାଲେଙ୍କ ମନ୍ତବ୍ୟ

MLAଙ୍କୁ କାହିଁକି ଡାକିଲେ ନୀତିଶ ? :-ଅଠାୱାଲେଙ୍କ ଏହି ବୟାନକୁ ନେଇ ବିଜେପି ନିଜର ପ୍ରତିକ୍ରିୟା ରଖି ସାରିଛି । ହେଲେ ବାସ୍ତବରେ କଣ ଘଟୁଛି ତାହା ସମୟ ହିଁ କହିବ । ରବିବାର ନୀତିଶ କୁମାର ନିଜ ବାସଭବନରେ ବିଧାୟକ ଓ ସାଂସଦଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ରବିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଜେଡିୟୁ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକ ଡାକିଛନ୍ତି । 2-2ଥର ନୀତିଶ ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି । ସେପଟେ ଜେଡିୟୁର ପୂର୍ବତନ ସାଂସଦ ଲାଲବାବୁ ରାୟ ମଧ୍ୟ ପହଞ୍ଚିଥିବା ବେଳେ ତାଙ୍କୁ ବାସଭବନ ମଧ୍ୟକୁ ଅନୁମତି ମିଳିନଥିଲା । ତାଙ୍କ ନାମ ତାଲିକାରେ ନଥିବା କହି ଲାଲବାବୁଙ୍କୁ ବିଦା କରି ଦେଇଥିଲେ ସୁରକ୍ଷାକର୍ମୀ ।

ଏହା ବି ପଢନ୍ତୁ- 'NDAକୁ କେତେବେଳେ ବି ଫେରିପାରନ୍ତି ନୀତିଶ କୁମାର'

ହଲଚଲ ବିହାର ଗାଦି ! :- ମିଳିଥିବା ସୂଚନା ଅନୁସାରେ ବିହାର ରାଜନୀତି ଏବେ ସରଗରମ ରହିଛି । ବେଙ୍ଗାଲୁରୁରେ ବୈଠକ ଶେଷ ହେବା ପରେ ପ୍ରେସ୍‌ କନଫରେନ୍ସରେ ଉପସ୍ଥିତ ନରହିବାକୁ ନେଇ ମଧ୍ୟ ମାମାଲ ଗରମ ଥିବା କୁହାଯାଉଛି । ଏପରିକି ନୀତିଶଙ୍କୁ ନେଇ ଲାଲୁ ଯାଦବ ଓ ତେଜସ୍ବୀ ଯାଦବ ନାରାଜ ଅଛନ୍ତି । କିଛି ଦିନ ପୂର୍ବେ ନୀତିଶ ଲାଲୁ ଓ ତେଜସ୍ବୀଙ୍କୁ ମଧ୍ୟ ଭେଟିଥିଲେ ।

ଏହା ବି ପଢନ୍ତୁ- ନୀତିଶଙ୍କ ପାଇଁ NDAକୁ ଫେରିବା ରାସ୍ତା ବନ୍ଦ: ସୁଶୀଲ ମୋଦି

ଆରଜେଡି ଓ ଜେଡିୟୁ ମଧ୍ୟରେ ତିକ୍ତତା ! :ରାଷ୍ଟ୍ରୀୟ ଜନତା ଦଳ (RJD) ଓ ଜନତା ଦଳ ୟୁନାଇଟେଡ (JDU) ସରକାରଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଛି । ଲାଲୁ ଯାଦବଙ୍କ ପରିବାରର ନିକଟତମ ଏମଏଲସି ସୁନୀଲ ସିଂ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହାପରେ ନୀତିଶ ସୁନୀଲଙ୍କୁ କହିଥିଲେ, "ଆପଣ ଅମିତ ଶାହଙ୍କ ସହିତ ଅଛନ୍ତି ।" ଏହାର ଜବାବରେ ସୁନୀଲ କହିଥିଲେ, " ମୋ ବିଶ୍ବସନୀୟତା ଉପରେ କେହି ବି ପ୍ରଶ୍ନ ଉଠାଇପାରିବ ନାହିଁ । ମୁଁ 3 ଦଶନ୍ଧି ଧରି ଲାଲୁ ଯାଦବଙ୍କ ପରିବାର ସହିତ ଅଛି । ଯଦି ଆପଣଙ୍କୁ ଏମିତି ଲାଗୁଛି ତେବେ ମୋତେ ଗୁଳି ମାରନ୍ତୁ ।" ନୀତିଶ ଓ ସୁନୀଲଙ୍କ ଏପରି ବାକ୍‌ଯୁଦ୍ଧକୁ ନେଇ ମଧ୍ୟ ତିକ୍ତତା ନେଇ ଚର୍ଚ୍ଚା ହେଉଛି ।

କଣ କହିଥିଲେ ଅଠାୱାଲେ ? : -2 ଦିନିଆ ବିହାର ଗସ୍ତ ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ନୀତିଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ, "ନୀତିଶ କୁମାର ଆମ ଭିତରୁ ଜଣେ ଏବଂ ସେ କେତେବେଳେ ବି NDAରେ ପୁଣି ଥରେ ସାମିଲ ହୋଇପାରନ୍ତି । ସେ NDA ସହିତ ମିଶିଥିଲେ ଏବଂ ପରବର୍ତ୍ତୀ ସମୟରେ ଏନଡିଏ ମେଣ୍ଟ ଭାଙ୍ଗିଥିଲେ । ତାଙ୍କୁ ମୋର ପ୍ରଶ୍ନ ଯଦି ସେ ଏନଡିଏ ମେଣ୍ଟ ଭାଙ୍ଗିବାକୁ ଚାହୁଁଥିଲେ, ତେବେ ପ୍ରଥମେ କାହିଁକି ସାମିଲ ହୋଇଥିଲେ । "

ABOUT THE AUTHOR

...view details