ଓଡିଶା

odisha

ETV Bharat / bharat

ତେଲେଙ୍ଗାନା ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତଙ୍କୁ ନବୀନଙ୍କ ଶୁଭେଚ୍ଛା

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ତ ରେଡ୍ଡି । X ସାଇଟରେ ପୋଷ୍ଟ କରି ରେବନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Revanth Reddy
Revanth Reddy

By ETV Bharat Odisha Team

Published : Dec 7, 2023, 10:36 PM IST

ଭୁବନେଶ୍ବର:ତେଲେଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ପିସିସି ସଭାପତି ରେବନ୍ତ ରେଡ୍ଡୀ । ରାଜଧାନୀ ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ସେ ଶପଥ ନେଇଛନ୍ତି । ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ X ସାଇଟରେ ଏକ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ନେତୃତ୍ବରେ ରାଜ୍ୟରେ ଅନେକ ବିକାଶ ହେଉ ବୋଲି ନବୀନ କାମନା କରିଛନ୍ତି ।

ରେବନ୍ତଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି X ସାଇଟ୍‌ରେ ନବୀନ ଲେଖିଛନ୍ତି, "ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା । ତାଙ୍କ ନେତୃତ୍ବରେ ରାଜ୍ୟରେ ଅନେକ ବିକାଶ ହେଉ ବୋଲି ମୁଁ କାମନା କରୁଛି । " ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ହାସଲ କରି କଂଗ୍ରେସ ସରକାର ଗଢିଛି । ଆଞ୍ଚଳିକ ଦଳ ବିଆରଏସକୁ ହରାଇ କଂଗ୍ରେସ ନିଜାମ ଗଡ଼ରେ ନିଜର ଆଧିପତ୍ୟ ବିସ୍ତାର କରିଛି । ତେବେ ରେବନ୍ତ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ଅନେକ ବିବାଦ ଉପୁଜିଥିବା ବେଳେ ଶେଷରେ ତାଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଥିଲେ ଦଳର ହାଇକମାଣ୍ଡ ।

ଏହା ବି ପଢନ୍ତୁ- ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ଗୁରୁବାର ରାଜଧାନୀ ହାଇଦ୍ରାବାଦର ଲାଲ ବାହାଦୂର ଷ୍ଟାଡିୟମରେ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି, କେସି ବେଣୁଗୋପାଳ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ।

ଏହା ବି ପଢନ୍ତୁ- ନିଜାମ ଗଡରେ ରେବନ୍ତ ରାଜ୍ ! ଫିଲ୍ମ ଷ୍ଟୋରୀଠୁ କମ୍‌ ନୁହେଁ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ରେବନ୍ତ ହେଉଛନ୍ତି ତେଲେଙ୍ଗାନାର ଦ୍ବିତୀୟ ମୁଖ୍ଯମନ୍ତ୍ରୀ । ପୂର୍ବରୁ ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ 2014ରୁ 2023 ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ। 2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୋଟ 119 ଆସନ ମଧ୍ୟରୁ କଂଗ୍ରେସ ପାର୍ଟି 64 ଆସନରେ ବିଜୟୀ ହୋଇଥିବା ବେଳେ, ବିଆରଏସ 39ଟି ଆସନ ପାଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 60 ଥିବା ବେଳେ, କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details