କୋଲକାତା:ନୂଆ ଆଇଟି ନିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାକୁ ନାଁ ନେଉନାହିଁ । ଆଉ ଏହି ବିବାଦକୁ ନେଇ ଜାରି ରହିଛି ବିରୋଧୀଙ୍କ ବୟାନବାଜି । ଏହାରି ମଧ୍ୟରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ନିଜର ଆକ୍ରୋଶ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମମତା ବାନାର୍ଜୀ କେନ୍ଦ୍ର ତଥା ଟ୍ବିଟର ବିବାଦରେ ସୋସିଆଲ ମିଡିଆ ସାଇଟର ପକ୍ଷ ନେଇଛନ୍ତି । ମମତା କହିଛନ୍ତି କେନ୍ଦ୍ର ଟ୍ବିଟରକୁ ନିୟନ୍ତ୍ରଣ କରିପାରିବାରେ ଅକ୍ଷମ । ତେଣୁ ଏହା ଟ୍ବିଟରକୁ ବନ୍ଦ କରିବାକୁ ଚାହୁଁଛି । ସେହିଭଳି ମୋ ଦଳକୁ ନିୟନ୍ତ୍ରଣ କରିପାରୁଥିବାରୁ ନାହିଁ । ଏହା ଉପରେ ଡ୍ରୋଜର ଚଳାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ମମତା ।