ଓଡିଶା

odisha

ETV Bharat / bharat

ଖମାମରେ KCRଙ୍କ BRS ସମାବେଶ, ବହୁ ବିଜେପି ବିରୋଧି ନେତା ସାମିଲ

ତେଲେଙ୍ଗାନା ଖମାମରେ ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ଭାରତ ରାଷ୍ଟ୍ର ସମିତିର ବିଶାଳ ଜନସମାବେଶ । ସାମିଲ ହୋଇଛନ୍ତି ବିଜୟନ, କେଜ୍ରିଓ୍ବାଲ, ମାନ ଓ ଅଖିଳେଶ । ଅଧିକ ପଢନ୍ତୁ

By

Published : Jan 18, 2023, 4:41 PM IST

କେସିଆରଙ୍କ ଖମମ କାର୍ଯ୍ୟକ୍ରମରେ 3 ମୁଖ୍ୟମନ୍ତ୍ରୀ
କେସିଆରଙ୍କ ଖମମ କାର୍ଯ୍ୟକ୍ରମରେ 3 ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ:ତେଲେଙ୍ଗାନା ଖମାମରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ନବଗଠିତ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତି (BRS)ପକ୍ଷରୁ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଛି । ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ତଥା BRS ମୁଖ୍ୟ କେସିଆରଙ୍କ ସହ ଏକାଧିକ ମୁଖ୍ୟମନ୍ତ୍ରୀ ଓ ବିଜେପି ବିରୋଧୀ ନେତା ମଧ୍ୟ ସାମିଲ ହୋଇଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ମୁଖ୍ଯ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ସାମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ, ସିପିଆଇ ମହାସଚିବ ଟି.ଆର ବାଲୁ ପ୍ରମୁଖ କେସିଆରଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଜାତୀୟ ଦଳ ଭାବେ ଭାରତ ରାଷ୍ଟ୍ର ସମିତି ଗଠନ ହେବା ପରେ ଏହା ପ୍ରଥମ ଆନୁଷ୍ଠାନିକ ସମାବେଶ । ଏହା ପୂର୍ବରୁ ଏହି ନେତାମାନେ କେସିଆରଙ୍କ ସହ ତେଲଙ୍ଗାନାର ୟାଦଗିଗିରେ ଥିବା ନରସିହ୍ମା ସ୍ବାମୀଙ୍କ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ । ଭାରତୀୟ ଜନତା ପାର୍ଟି ବିରୋଧରେ ଜାତୀୟ ସ୍ତରରେ ଏକ ମିଳିତ ବିରୋଧୀ ମଞ୍ଚ ଗଠନ କରିବା ପାଇଁ କେ.ସି.ଆର ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବରୁ ଆଲୋଚନା କରିସାରିଥିବା ବେଳେ ଜାତୀୟ ଦଳ ଗଠନ କରିବେ ବୋଲି ସୂଚନା ଦେଇଥିଲେ । ପରେ ତାଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଭାରତ ରାଷ୍ଟ୍ର ସମିତି ଭାବେ ପରିବର୍ତ୍ତନ କରାଯାଇଥିଲା । ବିଜେପି ବିରୋଧୀ ମେଳିରେ କେସିଆରଙ୍କ BRS ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି ।

କେସିଆରଙ୍କ ଖମମ କାର୍ଯ୍ୟକ୍ରମରେ 3 ମୁଖ୍ୟମନ୍ତ୍ରୀ

ମିଳିତ ବିରୋଧୀଙ୍କୁ ଏକାଠି ଭାରତୀୟ ଜନତା ପାର୍ଟି ବିରୋଧରେ ତୃତୀୟ ସାମୁଖ୍ୟ ଗଠନ ପ୍ରୟାସର ଏକ ଅଂଶବିଶେଷ ଭାବେ ଏହି ମେଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ଜନତାକୁ ସମ୍ବୋଧିତ କରି ସମାଜବାଦୀ ସୁପ୍ରିମୋ ଅଖିଳେଶ ଯାଦବ ବିଜେପି ଉପରେ ବର୍ଷିଛନ୍ତି । ତେଲେଙ୍ଗାନାରୁ ମୁଖ୍ୟମନ୍ତ୍ରୀ କେସିଆର ଭାରତୀୟ ଜନତା ପାର୍ଟିକୁ ମୂଳପୋଛ କରିବାରେ ସଫଳତା ପାଇଛନ୍ତି । ଉତ୍ତର ପ୍ରଦେଶରେ ମଧ୍ୟ ଆଗାମୀ ଦିନରେ ବିଜେପି ପରାଜୟର ସାମ୍ନା କରିବା ବୋଲି ଅଖିଳେଶ ନିଜ ସମ୍ବୋଧନରେ କହିଥିଲେ ।

କେସିଆରଙ୍କ ଖମମ କାର୍ଯ୍ୟକ୍ରମରେ 3 ମୁଖ୍ୟମନ୍ତ୍ରୀକେସିଆରଙ୍କ ଖମମ କାର୍ଯ୍ୟକ୍ରମରେ 3 ମୁଖ୍ୟମନ୍ତ୍ରୀ

2024ରେ ଦେଶରେ ସାଧାରଣ ନିର୍ବାଚନ ଥିବା ବେଳେ ଚଳିତବର୍ଷ (2023)ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କେ.ସି.ଆର ନିଜ ଦଳକୁ ଜାତୀୟ ରାଜନୀତିରେ ପ୍ରବେଶ କରାଇବା ଉଦ୍ୟମ ଜାରି ରଖିଥିବା ବେଳେ ତେଲେଙ୍ଗାନରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଜାରି ରହିଛି । ଗତ ଜାତୀୟ କାର୍ଯ୍ୟକାରିଣୀ ହାଇଦ୍ରାବାଦରେ ଆୟୋଜିତ କରିଥିଲା ବିଜେପି । ତେଲେଙ୍ଗାନା ଦକ୍ଷିଣ ଭାରତକୁ ଦଳର ପ୍ରବେଶ ପଥ ହେବାକୁ ଯାଉଥିବା ଦଳ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details