ଓଡିଶା

odisha

ETV Bharat / bharat

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା, ୫୦୦ ଟଙ୍କାରେ ଯୋଗାଇବେ ରନ୍ଧନ ଗ୍ୟାସ ସିଲିଣ୍ଡର - ରନ୍ଧନ ଗ୍ୟାସ ସିଲିଣ୍ଡର

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ରାଜସ୍ଥାନର ଅଲୱର ଜିଲ୍ଲାରେ ପହଞ୍ଚିଛି । ଏହି ଯାତ୍ରାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗଦେଇ ବଡ଼ ଘୋଷଣା କରିଛନ୍ତି । ରନ୍ଧନ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଛନ୍ତି (Gas cylinder for 500 rupees) । ଅଧିକ ପଢନ୍ତୁ

CM Gehlot Big Announcement
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା

By

Published : Dec 19, 2022, 7:53 PM IST

ଜୟପୁର: ରାଜସ୍ଥାନ ଅଲୱର ଜିଲ୍ଲାର ମାଲାଖେଡାରେ ଅନୁଷ୍ଠିତ ହୋଇଥିବା ରାଲିରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଘୋଷଣା (CM Gehlot big announcement in Alwar ) । ରନ୍ଧନ ଗ୍ୟାସ ସିଲିଣ୍ଡରକୁ ୫୦୦ ଟଙ୍କା ବିକ୍ରି କରାଯିବ (Gas cylinder for 500 rupees) ବୋଲି ସେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆମେ ଏକ ବର୍ଗ ସୃଷ୍ଟି କରୁଛୁ। ଏହି ବର୍ଗର ଲୋକଙ୍କୁ ୧୦୫୦ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ସିଲିଣ୍ଡରକୁ ୫୦୦ ଟଙ୍କାରେ ଦିଆଯିବ । ଏପ୍ରିଲରୁ ରାଜ୍ୟରେ ଏହି ସିଲିଣ୍ଡର ଉପଲବ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ମାସରେ ରାଜ୍ୟରେ ବଜେଟ୍ ଉପସ୍ଥାପନ ହେବ । ଯେଉଁଥିରେ ରୋଷେଇଶାଳରୁ ମହଙ୍ଗାଇ ହଟାଇବା ଲାଗି ରୋଷେଇ କିଟ୍ ବଣ୍ଟନ କରିବାର ଯୋଜନ ଅଣାଯିବ ବୋଲି କହିଛନ୍ତି ଗେହଲଟ୍‌ । ସେ ଆହୁରି କହିଛନ୍ତି, "ପୂର୍ବରୁ ଲୋକମାନେ ଇନକମ୍ ଟ୍ୟାକ୍ସ, ଇଡିକୁ ଭୟ କରୁଥିଲେ । ବର୍ତ୍ତମାନ ସେମାନେ ନିଜେ ଭୟଭୀତ ଅଛନ୍ତି। ଦେଶରେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଯାଇଛି । ରାହୁଲ ଗାନ୍ଧୀ ଏକ ଉଦ୍ଦେଶ୍ୟ ନେଇ ଆଗକୁ ବଢୁଛନ୍ତି । ସ୍ବାଧୀନତା ପରେ ଏହା ହେଉଛି ପ୍ରଥମ ଭାରତ ଯୋଡ଼ ଯାତ୍ରା (Bharat Jodo Yatra in Alwar) । ସମଗ୍ର ଦେଶ ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଭୋଗୁଛି । ତେବେ ଆମେ କୌଣସି ପରିସ୍ଥିତିରେ ଇଷ୍ଟର୍ଣ୍ଣ ରାଜସ୍ଥାନ କେନାଲ ପ୍ରୋଜେକ୍ଟ (ERCP) ବନ୍ଦ କରିବୁ ନାହିଁ । ଏହାକୁ ଏକ ଜାତୀୟ ଯୋଜନା ଭାବରେ ପଞ୍ଜୀକୃତ କରିବା ପାଇଁ ଉଦ୍ୟମ ଜାରି ରହିବ ।"

ଏହା ବି ପଢନ୍ତୁ- Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି

ଏହାସିହତ ରାଜସ୍ଥାନର ଆଗାମୀ ବଜେଟ୍ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ହେବ ବୋଲି ସେ କହିଛନ୍ତି । ଏହି ବଜେଟରେ ଯୁବପିଢିଙ୍କ ଲାଗି ଅନେକ ଯୋଜନା ରହିବ । ଏନେଇ ଅର୍ଥନୈତିକ ବିଶେଷଜ୍ଞ ଯୋଜନା ପ୍ରସ୍ତୁତ କରାଯାଉଛି । ଯେପରିକି ସମସ୍ତ ବର୍ଗର ଲୋକଙ୍କୁ ଫାଇଦା ମିଳିପାରିବ । ସେ କହିଛନ୍ତି ଯେ, ଭାରତ ଯୋଡ଼ ଯାତ୍ରା ଦୀର୍ଘ ରାସ୍ତା ଅତିକ୍ରମ କରି ଆଜି(ସୋମବାର) ଅଲୱରରେ ପହଞ୍ଚିଛି । ଏଠାରେ କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କରେ ଅବଗତ କରାଯିବ । ଏବେ ଦେଶରେ ଦରବୃଦ୍ଧି ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ତାହା ଜନତାଙ୍କୁ ଅବଗତ କରାଯିବ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ କହିଛନ୍ତି, "ମୋଦି ସରକାର ତାଙ୍କ ପ୍ରତିଶୃତି ଭୁଲିଯାଇଛନ୍ତି । ହେଲେ କଂଗ୍ରେସ ତାର ପ୍ରତିଶୃତି ଭୁଲି ନାହିଁ । ବରଂ ତାକୁ ପୂରଣ କରୁଛି । କେନ୍ଦ୍ର ଚାଷୀଙ୍କୁ ଅଣଦେଖା କରୁଥିବା ବେଳେ ଆମେ ସେମାନଙ୍କ ପାଇଁ ଲଗାତର ଭାବେ କାମ କରୁଛୁ । ବିଦ୍ୟୁତ ବିଲ କମାଯାଇଥିବା ବେଳେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଯାଇଛି । କୋଟିକୋଟି ଲୋକଙ୍କୁ ପେନ୍‌ସନ୍‌ ଦିଆଯାଉଛି । କୋରୋନାରେ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଥିଲା ।" ଆଜି ରାଜ୍ୟରେ ୧୧ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ଆଗାମୀ ଦିନରେ ରାଜ୍ୟରେ ଅନେକ ଜିନିଷରେ ପରିବର୍ତ୍ତନ ଦେଖିବାକୁ ମିଳିବ ।

ABOUT THE AUTHOR

...view details