ଓଡିଶା

odisha

ETV Bharat / bharat

ବଢୁଛି ସଂକ୍ରମଣ,ବନ୍ଦ କର ରାଜନୈତିକ କାର୍ଯ୍ୟକ୍ରମ: ଗେହଲଟ

ଦେଶରେ ମହାମାରୀ ତାଣ୍ଡବ ରଚୁଛି । ଅନ୍ୟପଟେ କ୍ଷମତା ପାଇଁ ଜାରି ରହିଛି ନିର୍ବାଚନୀ ପ୍ରଚାର ପ୍ରସାର । ଏପରି ସ୍ଥିତିରେ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ରୋଡ ଶୋ’ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ବଢୁଛି ସଂକ୍ରମଣ; ବନ୍ଦ କର ରାଜନୈତିକ କାର୍ଯ୍ୟକ୍ରମ
ବଢୁଛି ସଂକ୍ରମଣ; ବନ୍ଦ କର ରାଜନୈତିକ କାର୍ଯ୍ୟକ୍ରମ

By

Published : Apr 18, 2021, 8:17 AM IST

ଜୟପୁର: ଦେଶରେ କୋରୋନାର ଦ୍ବିତୀୟ ଲହରୀର କରାଳ ରୂପ ଦେଖିବାକୁ ମିଳିଛି । ସଂକ୍ରମଣ ବଢିବା ଯୋଗୁଁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ବେଡରେ 2 ରୁ 3 ରୋଗୀ ପଡିବା ସହ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଲମ୍ବା ଲାଇନ । ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ରାଜନୈତିକ କାର୍ଯ୍ୟକ୍ରମ, ରାଲିର , ରୋଡ ଶୋ’ ବନ୍ଦ ହେବା ଦରକାର । ଏହା ସହ ତୁରନ୍ତ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ବଢୁଛି ସଂକ୍ରମଣ; ବନ୍ଦ କର ରାଜନୈତିକ କାର୍ଯ୍ୟକ୍ରମ

ଦେଶରେ କୋରୋନାର ଦୈନିକ ସଂକ୍ରମଣ 2 ଲକ୍ଷ ଅତିକ୍ରମ କରୁଛି । କୋରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବେଲଗାମ ବଢୁଥିବା ସଂକ୍ରମଣ ଓ ବେକାବୁ ହେଉଥିବା ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଗତକାଲି ଅଶୋକ ଗେହଲଟ ଟ୍ବିଟ କରି ପିଏମଙ୍କୁ ନିବେଦନ କରିଛନ୍ତି ।

ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ, ୟୁପି , ହରିୟାଣା ଓ ପଞ୍ଜାବ ଅପେକ୍ଷା ରାଜସ୍ଥାନ ଭଲ ସ୍ଥିତିରେ ରହିଛି । କିନ୍ତୁ ଯେଉଁଭଳି ଭାବରେ ସଂକ୍ରମଣ ବ୍ୟାପିବାରେ ଲାଗିଛି, ରାଜସ୍ଥାନ ଲୋକଙ୍କ ପାଇଁ ଚିନ୍ତା ବଢାଇଛି । ରାଜସ୍ଥାନକୁ ଏହାକୁ ନିୟନ୍ତ୍ରଣ କରିବାକୁ ସମସ୍ତ ପ୍ରୟାସ କରୁଛି ବୋଲି ଗେହଲଟ କହିଛନ୍ତି ।

ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋରୋନା ଟିକା ଅଭାବ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ ରାଜନୈତି ରାଲି, ସଭାଯାତ୍ରା ଓ ରୋଡ ଶୋ’ ବନ୍ଦ କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details