ଓଡିଶା

odisha

ETV Bharat / bharat

ମୁଖ୍ୟ ବିଚାରପତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ CJI

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟବିଚାରପତି ଏନଭି ରମଣା ଆଜି 39ତମ ମୁଖ୍ୟ ବିଚାରପତି ସମ୍ମିଳନୀରେ ଅଧକ୍ଷତା କରିବେ । ଏହା ଦେଶର ବିଭିନ୍ନ ହାଇକୋର୍ଟଙ୍କ ଦ୍ବାରା ହେଉଥିବା ସମ୍ମିଳନୀ । ଅଧିକ ପଢନ୍ତୁ

By

Published : Apr 29, 2022, 10:00 AM IST

ମୁଖ୍ୟବିଚାରପତି ଏନଭି ରମନ୍ନା
ମୁଖ୍ୟବିଚାରପତି ଏନଭି ରମନ୍ନା

ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟବିଚାରପତି ଏନଭି ରମଣା ଆଜି 39ତମ ମୁଖ୍ୟ ବିଚାରପତି ସମ୍ମିଳନୀରେ ଅଧକ୍ଷତା କରିବେ । ଏହା ଦେଶର ବିଭିନ୍ନ ହାଇକୋର୍ଟଙ୍କ ଦ୍ବାରା ହେଉଥିବା ସମ୍ମିଳନୀ । ଦୀର୍ଘ 6 ବର୍ଷର ଲମ୍ବା ବିରାମ ପରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ନ୍ୟାୟିକ ବ୍ୟବସ୍ଥାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଏହି ସମ୍ମିଳନୀରେ ଉଦ୍ଦେଶ୍ୟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ପ୍ରେସ ବିବୃତ୍ତି ଅନୁସାରେ ଏହି ସମ୍ମିଳନୀ ପୂର୍ବ ଚିଫ୍ ଜଷ୍ଟିସ୍ କନଫେରନ୍ସ -2016ରେ ପାରିତ ହୋଇଥିବା ସଂକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହିତ ଦେଶରେ ନ୍ୟାୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯିବ । ଏହି ସମ୍ମିଳନୀରେ ସୁପ୍ରିମକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର ମଧ୍ୟ ଜଷ୍ଟିସ୍ ଉଦୟ ୟୁ ଲଲିତ ଯୋଗ ଦେବେ । ନ୍ୟାୟପାଳିକା ସମ୍ବନ୍ଧରେ ବିଚାରବିମର୍ଶ ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଆୟୋଜନ କରୁଛନ୍ତି।

ନଭେମ୍ବର 1953ରେ ପ୍ରଥମ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏବେ ସୁଦ୍ଧା ଆଜି 38ଟି ସମ୍ମିଳନୀ ଆୟୋଜିତ ହୋଇଛି । ଶେଷ ଥର ପାଇଁ 2016ରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ABOUT THE AUTHOR

...view details