ଓଡିଶା

odisha

ETV Bharat / bharat

ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CJI ଏନଭି ରମଣ - ଏନଭି ରମଣଙ୍କ ୟାଦାଦ୍ରି ମନ୍ଦିର ପରିଦର୍ଶନ

ତେଲେଙ୍ଗାନାସ୍ଥିତ ୟଦାଦ୍ରି ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣ । CJI ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହି ମନ୍ଦିରକୁ ତାଙ୍କର ପ୍ରଥମ ଗସ୍ତ । ଅଧିକ ପଢନ୍ତୁ...

ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CIJ ଏନଭି ରମଣ
ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CIJ ଏନଭି ରମଣ

By

Published : Jun 15, 2021, 2:20 PM IST

ହାଇଦ୍ରାବାଦ:ତେଲେଙ୍ଗାନାସ୍ଥିତ ୟଦାଦ୍ରି ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣ । ମଙ୍ଗଳବାର ସେ ନିଜ ପତ୍ନୀଙ୍କ ସହ ଏହି ଗସ୍ତ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୟଦାଦ୍ରି ମନ୍ଦିରରେ ଏନଭି ରମଣଙ୍କ ଏହା ପ୍ରଥମ ପରିଦର୍ଶନ । ତେଲେଙ୍ଗାନା ଅର୍ଥମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ, ଶକ୍ତିମନ୍ତ୍ରୀ ଜଗଦୀଶ ରେଡ୍ଡୀ ଓ କିଛି ଅଧିକାରୀ ଜଷ୍ଟିସ ଏନ ଭି ରମଣଙ୍କୁ ସ୍ବାଗତ କରିଛନ୍ତି ।

ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CIJ ଏନଭି ରମଣ

ସେହିପରି CJI ଦମ୍ପତିଙ୍କୁ ମନ୍ଦିରର ପୂଜକ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । CJI ରମଣ ଓ ପତ୍ନୀ ପ୍ରଭୁ ଲକ୍ଷ୍ମୀ ନାରାୟଣ ସ୍ବାମୀଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଉଭୟ ମନ୍ଦିରରେ ପ୍ରସାଦ ସେବନ କରିଛନ୍ତି । ବିଭାଗୀୟ ମନ୍ତ୍ରୀମାନେ CJI ଦମ୍ପତିଙ୍କୁ ମନ୍ଦିର ପରିସର ଏବଂ ଏହାର ନବୀକରଣ କାର୍ଯ୍ୟ ବୁଲାଇ ଦେଖାଇଛନ୍ତି ।

ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CIJ ଏନଭି ରମଣ
ୟଦାଦ୍ରି ମନ୍ଦିର ପରିଦର୍ଶନ କଲେ ସୁପ୍ରିମକୋର୍ଟ CIJ ଏନଭି ରମଣ

ତେବେ ମନ୍ଦିରର ଅଦ୍ଭୁତ ସୌନ୍ଦର୍ଯ୍ୟ ଦେଖି CJI ଏନ ଭି ରମଣ ନିଜର ଖୁସି ଓ ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details