ଓଡିଶା

odisha

By

Published : Oct 3, 2021, 6:40 AM IST

ETV Bharat / bharat

ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ, ଜଣେ ସାଧାରଣ ନାଗରିକ ମୃତ

ସୀମାରେ ଦିନକୁ ଦିନ ବଢିବାର ଲାଗିଛି ଆତଙ୍କବାଦୀଙ୍କ ଉତ୍ପାତ । ଜମ୍ମୁ କାଶ୍ମୀର ଶ୍ରୀନଗର କରନ ଅଞ୍ଚଳରେ ଥିବା ମଦିନା କମ୍ଲେକ୍ସ ନିକଟରେ ଆତଙ୍କବାଦୀ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ; ଜଣେ ସାଧାରଣ ନାଗରିକଙ୍କ ମୃତ୍ୟ
ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ; ଜଣେ ସାଧାରଣ ନାଗରିକଙ୍କ ମୃତ୍ୟ

ଶ୍ରୀନଗର: ସୀମାରେ ଦିନକୁ ଦିନ ବଢିବାର ଲାଗିଛି ଆତଙ୍କବାଦୀଙ୍କ ଉତ୍ପାତ । କେତେବେଳେ ସେନା ଉପରେ ଅତର୍କିତ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କ ଉପରେ ଗୁଳିମାଡ ସହ ଘର ଉପରକୁ କରୁଛନ୍ତି ଗ୍ରେନେଡ ମାଡ । ଜମ୍ମୁ କାଶ୍ମୀର ଶ୍ରୀନଗର କରନ ଅଞ୍ଚଳରେ ଥିବା ମଦିନା କମ୍ଲେକ୍ସ ନିକଟରେ ଆତଙ୍କବାଦୀ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତ୍ୟକ ହେଉଛନ୍ତି ଶ୍ରୀନଗର ଚତାବାଲ ନିବାସୀ ମଜିଦ ଅହମ୍ମଦ ଗୌଜରୀ ।

ଆତଙ୍କୀଙ୍କ ଆଖିବୁଜା ଗୁଳି ଚାଳନା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କାରଯାଇ ସର୍ଚ୍ଚ ଅପରେସନ ସୁରକ୍ଷାବାହିନୀ ପକ୍ଷରୁ କରାଯାଇଛି । ସୂଚନା ଅନୁସାରେ, ଶ୍ରୀନଗର କରନ ଅଞ୍ଚଳରେ ଥିବା ମଦିନା କମ୍ଲେକ୍ସ ନିକଟରେ ମଜିଦ ଅହମ୍ମଦଙ୍କୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ । ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ, ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ।

@ANI

ABOUT THE AUTHOR

...view details