ନୂଆଦିଲ୍ଲୀ:ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ ସଂଘ ଲୋକସେବା ଆୟୋଗ (UPSC) ) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା (civil service Main Examination) । ପୂର୍ବରୁ ନର୍ଦ୍ଧାରିତ ହୋଇଥିବା ତାରିଖ ଚଳିତ ମାସ (ଜାନୁୟାରୀ) 7 ତାରିଖ 8, 9, 15, ଏବଂ 16 ତାରଖରେ ପର୍ଯ୍ୟାୟ କ୍ରମେ ସିଭିଲ ସେବା (ମୁଖ୍ୟ) ପରୀକ୍ଷା ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଲୋକସେବା ଆୟୋଗ (UPSC) ଆଜି (ବୁଧବାର) ସ୍ପଷ୍ଟ କରିଛି ।
UPSC ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ମୁଖ୍ୟ ପରୀକ୍ଷା ଦେବାକୁ ଥିବା ସୂଚୀତ ହୋଇଥିବା ପ୍ରାର୍ଥୀଙ୍କ ପାଇଁ କୌଣସି ସମସ୍ୟା ନହେବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି । ପ୍ରାର୍ଥୀଙ୍କ ଇ-ଆଡମିଟ୍ କାର୍ଡ, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାଙ୍କ ପରିଚୟ ପତ୍ର ମଧ୍ୟ ବୈଧ ହେବ ବୋଲି ଆୟୋଗ କହିଛି । ତେବେ କୋଭିଡ ସଂକ୍ରମଣ କାରଣରୁ ଏହି ପରୀକ୍ଷାର ପୂର୍ବ ନିର୍ଦ୍ଧାରିତ ସୂଚୀରେ ବିଳମ୍ବ କିମ୍ବା ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ଲାଗି ରହିଥିଲା ।